Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାହିଁ ନାହିଁର ଗାଁ ସୌରପୋଲି, ଅପହଞ୍ଚ ସରକାରୀ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନାହିଁ ନାହିଁର ଗାଁ ସୌରପୋଲି, ଅପହଞ୍ଚ ସରକାରୀ ଯୋଜନା

ଅର୍ଗସ ବ୍ୟୁରୋ:  ସୌରପୋଲି ଗ୍ରାମବାସୀଙ୍କୁ ବିକାଶ ଧୋକା I ସରକାରୀ ଯୋଜନା ଥାଇ ବି ନାହିନାହିଁରେ ବିତାଉଛନ୍ତି ଜୀବନ I ଗାଁକୁ ନାହିଁ ରାସ୍ତା ନାହିଁ ଶିକ୍ଷାର ବ୍ୟବସ୍ଥା I ଝାଟିମାଟିର ଘରେ ରହି ଏବେବି ଆବାସ ଅପେକ୍ଷାରେ ଅଞ୍ଚଳବାସୀ I ଗଂଜାମ ସାନଖେମୁଣ୍ଡି ବ୍ଲକର ଅବହେଳିତ ସୌରାପଲ୍ଲୀ ଗ୍ରାମ ଏହି ଗ୍ରାମରେ ୨୫ ଘରକୁ ପାଖାପାଖି ୧୦୦ରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି I ସେମାନଙ୍କ ମଧ୍ୟରୁ ସମସ୍ତେ ଆଦିବାସୀ ସଉରା ସମ୍ପ୍ରଦାୟର I ବିଜେଡି ସରକାରର ୨୪ ବର୍ଷ ମଧ୍ୟରେ ବି ଏହି ଗ୍ରାମକୁ ବିକାଶ ଅପହଞ୍ଚ ଗାଁକୁ ନାହିଁ ରାସ୍ତା I ବଜାରକୁ ଗଲେ ଏବେବି ଚାଲିଚାଲି ଯାନ୍ତି ଗ୍ରାମବାସୀ I

ଗାଁରେ ଏବେବି ବସୁଧା ଅପହଞ୍ଚ I ପାନୀୟ ଜଳ ଯୋଗାଣ କହିଲେ ଏବେବି ଅଞ୍ଚଳବାସୀ ଝର ପାଣି ଉପରେ ନିର୍ଭର କରନ୍ତି I ଝର ପାଣିରୁ ପାଇପ ଖଞ୍ଜି ଶୋଷ ମେଣ୍ଟାନ୍ତି ଅଞ୍ଚଳବାସୀ I ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଆଜି ପର୍ଯ୍ୟନ୍ତ ଗ୍ରାମକୁ ପହଂଚି ପାରିନି ବିଜୁଳି I ଫଳରେ ରାତି ହେଲେ ଗାଁ ପୁରା ଅନ୍ଧାର I ଗାଁର କିଛି ସଦସ୍ୟ ସୌରାଚାଳିତ ପ୍ଲେଟ ମାଧ୍ୟମରେ ଘରେ ରାତି ସମୟରେ ବଲ୍ବ ଲଗାଉଥିବା ବେଳେ ତାହା ମଧ୍ୟ ଲୋକଙ୍କ ଆବଶ୍ୟକତା ପୂରଣ କରିପାରେନି I

ଗଜପତିରୁ ଏହି ଜନଜାତିର ଲୋକ ଆସି ନିଜର ପରିଚୟ ପତ୍ର ବଦଳାଇ ସୌରାପଲ୍ଲୀରେ ପାଖାପାଖି ୧୦ ବର୍ଷ ହେଲା ରହିଆସିଳେଣି I ଏମିତିକି ନିଜର ଆଧାର କାର୍ଡ,ରାସନ କାର୍ଡ ସାଙ୍ଗକୁ ନିଜର ସମସ୍ତ ପରିଚୟ ପତ୍ର ବଦଳାଇ ସାରିଲେଣି I ଏ ବିଷୟରେ ମଧ୍ୟ ସରକାରଙ୍କୁ ବାରମ୍ବାର ଲିଖିତ ଆକାରରେ ଜଣାଇଛନ୍ତି ତଥାପି ସରକାର କର୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି I ରୋଜଗାର କହିଲେ ଏଠି ବୁଝାଏ ଚାଷ କିମ୍ବା ମୁଲ ଲାଗିବା I କିଛି ଆଦାୟ ନ ହେଲେ ଚାଷ କରିଥିବା ଜିନିଷ ବିକ୍ରି କରି ପରିବାର ଚଳନ୍ତି ଏହି ସମ୍ପ୍ରଦାୟର ଲୋକେ I ସେପଟେ ଶିକ୍ଷାର ବ୍ୟବସ୍ଥା ମଧ୍ୟ ଏଠାରେ ଦୁର୍ବଳ ବିଦ୍ୟାଳୟ ଯିବାକୁ ହେଲେ ପାଦରେ ଚାଲି ଚାଲି ପିଲାଙ୍କୁ ୫-୬ କିଲୋମିଟର ବାଟ ଯିବାକୁ ପଡେ I

ନିର୍ଵାଚନ ଆସିଲେ ଏଠାକୁ ନେତା ଆସନ୍ତି ,ହେଲେ ଭୋଟ ପରେ ଭୁଲିଯାନ୍ତି ନିରୀହ ଆଦିବାସୀଙ୍କ କଥା I ୨୪ ବର୍ଷର ବିଜେଡି ସରକାରରେ ବିକାଶ ହୋଇପାରିନଥିବା ବେଳେ ନୂତନ ସରକାର ଉପରେ ଆଶା ବାନ୍ଧିଛନ୍ତି ଅଞ୍ଚଳବାସୀ I


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
failed government schemes in sourapali | Argus News