ଛି ଛି ପଛରେ କିଏ ?

Key Points
ଲାଇଟ ଲିଭୁ ଲିଭୁ ବାରବାଟୀରେ ବାଜିଲା ଛି ଛି ଛି ରେ...
ମିନିଣ୍ଟ୍ ଦୁଇ ମିନିଣ୍ଟ ନୁହେଁ ପୁରା 25 ମିନିଣ୍ଟ ଫାଳେ ଅନ୍ଧାର
ଆଗରୁ ଏତେ ପ୍ରସ୍ତୁତି କଲା ଓଡ଼ିଶା କ୍ରିକେଟ ଆସୋସିଏସନ୍
ଛକା ମାରୁଥିଲେ ରୋହିତ, ଅଫ୍ ହୋଇଗଲା ଫ୍ରଡ୍ ଲାଇଟ୍
ପିଚ୍ ଛାଡିଲେ ଖେଳାଳି, ପାକିସ୍ତାନ ମାରୁଛି କମେଣ୍ଟ୍
ଅର୍ଗସ ବ୍ୟୁରୋ: ଗୋଟିଏ ସିଟକୁ ଦୁଇ ଜଣଙ୍କୁ ବିକି ନିନ୍ଦା ମୁଣ୍ଡାଇ ଥିଲା ଓସିଏ । ଖେଳାଳିଙ୍କ ଉପରକୁ ପାଣି ବୋତଲ ଫିଙ୍ଗା ଘଟଣାରେ କଳଙ୍କ ବୋଳି ହୋଇଥିଲା ଓସିଏ । ଏବେ ଫ୍ରଡ ଲାଇଟ ଅଫରେ ସନ୍ଦେହ ଘେରରେ ଓସିଏ । ସମୟ ସଂଧ୍ୟା ୬ ଟା ୧୨ । ତାରିଖ-ଫେବୃୟାରୀ, 9 । ରବିବାର । ଷ୍ଟ୍ରାଇକରେ ରୋହିତ୍ । ୭ ନମ୍ବର ଓଭରର ପ୍ରଥମ ବଲ ପଡିବା ବେଳେ ଲିଭିଗଲା ଓସିଏ କାର୍ଯ୍ୟାଳୟ ପାଖ ଲିଜେଣ୍ଡର ବକ୍ସ ଉପରେ ଲାଗିଥିବା ଫ୍ଲଡ ଲାଇଟ୍ । ଦୁଇ ମିନିଟ ପରେ ଲାଇଟ ଜଳିଲା ।
ପୁଣି ଖେଳ ଆରମ୍ଭ ହେଲା । ହେଲେ ଦୁଇଟି ବଲ ପଡିବା ପରେ ଆଉ ଥରେ ଲାଇଟ ବନ୍ଦ ହେଲା ଯେ ଆଉ ଜଳିଲା ନାହିଁ । ଯେତେବେଳେ ପୁରା ବିଶ୍ୱ କ୍ରିକେଟ ମ୍ୟାଚକୁ ତୀକ୍ଷ୍ଣ ଦୃଷ୍ଟିରେ ଦେଖୁଥିଲା । ଆଉ ହଠାତ୍ ବାଜିଥିଲା ଛି ଛି ଛିରେ ଗୀତ । ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ନାଚିଥିଲେ, ହସିଥିଲେ, ତାତ୍ସଲ୍ୟ କରିଥିଲେ । ପିଚ୍ ଛାଡି ଠିଆ ହୋଇଥିଲେ ଇଣ୍ଡିଆ ଓ ଇଂଲଣ୍ଡ ଖେଳାଳି । ଯାହା ଉପସ୍ଥିତ ଦର୍ଶକକୁ ଦେଇଥିଲା ଶକ୍ତ ଆଘାତ ।
📱 Get Argus News App
✨୬ ଟା ୪୨ ରେ ପୁନର୍ବାର ଜଳିଥିଲା ଲାଇଟ୍ । ବ୍ୟାକଅଫ୍ ନରଖିବା କାରଣ ହେଉ କିମ୍ବା ଡିଜି ଗାଡିର ଅପରେଟର ଅନୁପସ୍ଥିତ । ଅନ୍ତ୍ରର୍ଜାତୀୟ ମ୍ୟାଚରେ ଏପରି ଅକ୍ଷମଣୀୟ ତ୍ରୁଟି କାହିଁକି ? ଓସିଏ କରୁଥିଲା କଣ ? ଦୀର୍ଘ ଦୀନ ଧରି କଣ ପ୍ରସ୍ତୁତି କରୁଥିଲା ଓଡ଼ିଶା କ୍ରିକେଟ୍ ଆସୋସିଏସନ ? ଅନ୍ୟପଟେ ତ୍ରୁଟି ଧରିବାକୁ ତାଟସ୍ଥ ପରି ଚାହିଁ ରହିଥିବା ପାକିସ୍ତାନ ବି ସାମାଜିକ ଗଣମାଧ୍ୟମରେ ଭାରତକୁ ଅପହାସ କରିଛି । ଲିଭିଥିବା ଉକ୍ତ ଫ୍ରଡ ଲାଇଟର ଫଟୋ ସେୟାର କରି ତାତ୍ସଲ୍ୟ କରିଛନ୍ତି କିଛି ପାକିସ୍ତାନୀ ୟୁଜର ।
ଅନ୍ୟପଟେ
କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଶୀ
ସୂରଜ 10
ଦିନ
ଭିତରେ ରିପୋର୍ଟ ଦେବାକୁ ଓସିଏକୁ
କହିଥିବା ପ୍ରତିକ୍ରିୟା ପ୍ରକାଶ
କରିଛନ୍ତି ।
ଷଡ଼ଯନ୍ତ୍ର
ନା ବଦନାମର ଷ୍ଟ୍ରାଡେଜି ?
ଓଡ଼ିଶାକୁ
ନିନ୍ଦିତ କରିବା ପଛରେ କାହାର
ହାତ ?
ପ୍ରକୃତ
ଦୋଷ କାହାର,
ତାହା
ଜାଣିବାକୁ ଅପେକ୍ଷା...