Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଫ୍ଲୋରାଇଡ଼ ମିଶା ପାଣି ହିଁ ସାହା ଭରସା

Odisha

ଫ୍ଲୋରାଇଡ଼ ମିଶା ପାଣି ହିଁ ସାହା ଭରସା

Rashmita Mishra
Browse all articles by Rashmita Mishra
·1 year ago·2 min read
ଫ୍ଲୋରାଇଡ଼ ମିଶା ପାଣି ହିଁ ସାହା ଭରସା

Key Points

  1. ଗାଁକୁ ନାହିଁ ପକ୍କା ରାସ୍ତା
    ଫ୍ଲୋରାଇଡ଼ ମିଶା ପାଣି ହିଁ ସାହା ଭରସା
    ସ୍କୁଲକୁ ବନ୍ଦ କରି ଦେଲା ତତ୍କାଳୀନ ବିଜେଡି ସରକାର
    ସମସ୍ୟା ଘେରରେ ମାଲପଡା

ଅର୍ଗସ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତ ମାଲପଡା ଗାଁ । ଜିଲ୍ଲାର ଶେଷ ସୀମାରେ ଗାଁଟି ରହିଥିବାରୁ ହୁଏତ ବିକାଶର ଆଢୁଆଳରେ ରହି ଯାଇଛି । ଗାଁରେ ୧୯୭୩ ମସିହାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ହେଲେ ଛାତ୍ରଛାତ୍ରୀ କମ୍ ଥିବାରୁ ସ୍କୁଲକୁ ବନ୍ଦ କରି ଦେଲା ତତ୍କାଳୀନ ବିଜେଡି ସରକାର । ଫଳରେ ପ୍ରଥମ ଶ୍ରେଣୀ ପାଠ ପଢିବା ପାଇଁ ବରତୁଣ୍ଡା ଓ କପିଲାଭଟା ସ୍କୁଲକୁ ଯାଉଛନ୍ତି କୁନି କୁନି ପିଲା । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଅନ୍ୟପଟେ ଗାଁରେ ଥିବା ନଳକୂପରୁ ବାହାରୁଛି ଫ୍ଲୋରାଇଡ଼ ମିଶା ପାଣି । ପାଣି ପିଇ ଅନେକ ରୋଗର ଶିକାର ହେଉଥିବାରୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।


ମାଲପଡା ଗାଁକୁ ଯିବାକୁ ହେଲେ ଏ ହେଉଛି ଏକ ମାତ୍ର ମୁଖ୍ୟ ରାସ୍ତା । ଗ୍ରୀଷ୍ମ ଋତୁରେ କିଛି ମାସ ଚଳିଯାଏ । ବର୍ଷା ଦିନ ଆସିଲେ କଥା ସରିଲା । ସ୍ବୀଧୀନତାର ଅନେକ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ଫଳରେ ଏହି ରାସ୍ତାରେ ଦୈନନ୍ଦିନ ଛାତ୍ରଛାତ୍ରୀ, ଲୋକମାନେ ଯିବା ଆସିବା କରିଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ମଧ୍ୟ ନଜର ରହିଛି । ଗାଁରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ନେଇ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ଆମେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପଚାରିବାରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗ୍ରାମାଂଚଳରେ ଏବେ ବି ଅନେକ ଯୋଜନା ଅପହଂଚ । ଲୋକେ ମୌଳିକ ସୁବିଧାରୁ ବଂଚିତ । 24 ବର୍ଷର ସରକାରରେ ଲୋକଙ୍କ ଭାଗ୍ୟ ସୁଧୁରି ନଥିବା ବେଳେ ନୂଆ ସରକାରରେ ସମସ୍ୟାର ସମାଧାନ ହେବା ନେଇ ଆଶା । ତେବେ କେବେ ମାଲପଡାବାସୀଙ୍କ ସମସ୍ୟାର ସମାଧାନ ହେଉଛି ତା ଉପରେ ନଜର ।



Sponsored
Fluoridated water is the only hope. | Argus News