Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୫ରୁ ୯ ଯାଏ କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା

Ritu Das
Browse all articles by Ritu Das
·1 year ago
୫ରୁ ୯ ଯାଏ କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା

ଆସନ୍ତା ଦିନରେ ଉଭୟ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ସାତକୋଶିଆକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । କୁମ୍ଭୀର ଗଣନା ପାଇଁ ୫ତାରିଖ ଅପରାହ୍ନରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ଏବଂ ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ପର୍ଯ୍ୟଟକଙ୍କ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ।


ଏହାସହ ନଦୀରେ ମାଛ ଧରିବା ପାଇଁ ମସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି। ସାତକୋଶିଆର ମହାନଦୀରେ କୁମ୍ଭୀର ଗଣନା ହେବାକୁ ଥିବାବେଳେ ଏଥିପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ ହେବାର ରହିଛି କାର୍ଯ୍ୟକ୍ରମ ରହିଛି। ଗଣନା କାର୍ଯ୍ୟ ସୂଚାରୁରୂପେ ଏବଂ ବିନା ବାଧାବିଘ୍ନରେ କରିବା ପାଇଁ ପର୍ଯ୍ୟଟକଙ୍କୁ ମହାନଦୀରେ ବୋଟିଂ ପାଇଁ ବାରଣ କରାଯାଇଥିବା DFO ସରୋଜ ପଣ୍ଡା ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
-from-5th-to-9th-tourists-are-not-entry-from-satakoshia | Argus News