ଗୋପାଳଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ତଥ୍ୟ ବଢାଇଲା ସନ୍ଦେହ: ନବ ଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଗାଏବ୍ !
ଅର୍ଗସ ବ୍ୟୁରୋ: ରକ୍ତ ଜୁଡୁବୁଡୁ ହୋଇଗଲା ନବଙ୍କ ଶରୀର ଆଉ ତାଙ୍କ ସାର୍ଟ। ଏବେ ଏଇ ସାର୍ଟକୁ ନେଇ ବଢିଛି ସସପେନ୍ସ। ଗୋପାଳଙ୍କ ଓକିଲ ରଖିଛନ୍ତି ଚାଞ୍ଚଲ୍ୟକର ତଥ୍ୟକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ତଥ୍ୟ ନମ୍ବର-1 -ଗୋପାଳଙ୍କ ଓକିଲ ନରେଶ ନାୟକ କହିଛନ୍ତି ଭୁବନେଶ୍ବର ଷ୍ଟେଟ୍ ଫୋରେନସିକ୍ ସାଇନସ୍ ଲାବୋରୋଟେରିକପ ପଠାଯାଇଥିବା ସିଜର ଲିଷ୍ଟରେ ନବ ଦାସଙ୍କ ସାର୍ଟ କଥା ଉଲ୍ଲେଖ ନାହିଁ। ତଥ୍ୟ ନମ୍ବର-2 -ଖାଲି ସେତିକି ନୁହେଁ, କ୍ୟାପିଟାଲ୍ ହସପିଟାଲରେ ପୋଷ୍ଟମର୍ଟମ କରିଥିବା ଡାକ୍ତରମାନେ ବି ସାର୍ଟ ସିଜର ନେଇ କିଛି କହିନାହାନ୍ତି ତଥ୍ୟ ନମ୍ବର-3 ପୂର୍ବରୁ ନବଙ୍କ ଛାତିଭେଦି ଯାଇଥିବା ଗୁଳିର ମିଳୁନି ପତ୍ତା। ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି।
ଏବେ ବଡ଼ ପ୍ରଶ୍ନ ନବ ହତ୍ୟା ମାମଲାକୁ ଚାପିବା ପାଇଁ ହୋଇଛି କି ବଡ଼ ଷଡଯନ୍ତ୍ର, ନିକଟରେ ନବଙ୍କ ଦୀପ ଦିପାଲୀ ଓ ପୁଅ ବିଶାଲ ଦାସ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି, ପରୋକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ ଓ ସେତେବେଳର ବିଜେଡି ସରକାରକୁ କାଠଗଡାକୁ ଟାଣିଛନ୍ତି ଦିପାଲୀ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଖିତ ଭାବେ ଦାବି ଜଣାଇନାହାନ୍ତି। ସେପଟେ ମାମଲାର CBI ତଦନ୍ତ ପ୍ରାର୍ଥନା କରି ମାମଲା ରୁଜୁ ହୋଇଛି। ହାଇକୋର୍ଟରେ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ। ନବ ଦାସଙ୍କ ହତ୍ୟା ପଛରେ ଷଢ଼ଯନ୍ତ୍ର ହୋଇ ଥିଲା ବୋଲି ଆବେଦନରେ ଉଲ୍ଲେଖକରାଯାଇଛି। ଏବେ ବଡ଼ ପ୍ରଶ୍ନ କେବେ ଲିଖିତ ଭାବେ ସିବିଆଇ ତଦନ୍ତ ଦାବି ଜଣାଇବେ ଦିପାଲୀ, ସିବିଆଇ ଖୋଲିବ କି ସତ!