Videos
|
Odisha

ଗାଁରେ ଅପହଞ୍ଚ ସରକାରୀ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗାଁରେ ଅପହଞ୍ଚ ସରକାରୀ ଯୋଜନା

ଅର୍ଗସ ବ୍ୟୁରୋ:  ଗଂଜାମ ପାତ୍ରପୁର ବ୍ଲକ ଆକୁଲି ପଞ୍ଚାୟତର ତସରଙ୍ଗ ଗାଁ । ପାହାଡ଼ ପର୍ବତ ଘେରା ଦୁର୍ଗମ ରେ ଅବସ୍ଥିତ ଏହି ଗାଁରେ ବସବାସ କରନ୍ତି 40 ଆଦିବାସୀ ପରିବାର । ଗାଁକୁ ପହଞ୍ଚିବାକୁ ହେଲେ ଦୀର୍ଘ 12 କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡେ। ମାତ୍ର ଏହି ରାସ୍ତା ହାଲ ବେହାଲ। ରାସ୍ତା କହିଲେ କଚ୍ଚା ପାଦଚଲା ରାସ୍ତା। ଯେଉଁଠି ସ୍ଥାନେସ୍ଥାନେ ପଥୁରିଆ ପାହାଡିଆ ଘାଟି ରାସ୍ତା ରହିଛି। ଏଇ ରାସ୍ତାରେ ଜୀବନକୁ ବାଜିରେ ଲଗାଇ ବର୍ଷ ତମାମ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।

ତସରଙ୍ଗରେ ଦେଖିବାକୁ ମିଳିବନି ପକ୍କା ଘର । କଚ୍ଚା ଝାଟିମାଟିର ଘରେ ରହୁଛନ୍ତି ଅଞ୍ଚଳବାସୀ। ଯୋଗ୍ୟ ହିତାଧିକାରୀ ହୋଇ ବି ଆବାସ ଯୋଜନା ଏଠି ସାତ ସପନ । ସେଭଳି ବିଦ୍ୟୁତ ସେବା କହିଲେ କିଛି ଲୋକଙ୍କ ଘରେ ସୋଲାର ଲାଗିଛି। ସେଥିରୁ କିଛି ଚାଲୁଥିବା ବେଳେ କିଛି ଅଚଳ। ଫଳରେ ସଧ୍ୟା ନଇଁଲେ ଅନ୍ଧାରରେ ବୁଡି ଯାଏ ପୁରା ଗାଁ। ଗାଁ ରେ ନା ଅଛି ଶିକ୍ଷା ଭିତ୍ତିଭୂମି ନା ଲୋକଙ୍କୁ ମିଳୁଛି ସ୍ଵାସ୍ଥ୍ୟ ସେବା। ପାନୀୟ ଜଳ କଥା ନ କହିଲେ ଭଲ। ରାସ୍ତା ନଥିବାରୁ ବୋଧେ ଏଠାରେ ବସୁଧା ଅପହଞ୍ଚ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ଲୋକେ ପାହାଡ଼ ପର୍ବତ ଝରଣାର ପାଣି ଆଣି ଶୋଷ ମେଣ୍ଟାଇଥାନ୍ତି। ପୂର୍ବ ସରକାରଙ୍କ ବିକାଶ ର ବାସ୍ତବତାର ଉଦାହରଣ ତସରଙ୍ଗ। ସରକାରୀ ଯୋଜନା ଥାଇବି ଏଠି ଅପହଞ୍ଚ। ନାହିଁ ନାହିଁରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Government schemes not reaching villages | Argus News