Videos
|
Odisha

ହୁତୁ ହୁତୁ ହୋଇ ଜଳୁଛି ହେକ୍ଟର ହେକ୍ଟର ଆଖୁ କିଆରି

Ritu Das
Browse all articles by Ritu Das
·1 year ago
ହୁତୁ ହୁତୁ ହୋଇ ଜଳୁଛି ହେକ୍ଟର ହେକ୍ଟର ଆଖୁ କିଆରି

ଆଖୁ କିଆରିରେ ନିଆଁ। ହୁତୁ ହୁତୁ ହୋଇ ଜଳୁଛି ହେକ୍ଟର ହେକ୍ଟର ଆଖୁ କିଆରି। ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଳକ୍ କୁଅଁରପୁର ଗାଁର ଆଖୁ କିଆରିରେ ପ୍ରଥମେ ନିଆଁ ଲାଗିଥିଲା। ନିଆଁ ଏତେ ପ୍ରଖର ଥିଲା ଯେ ସଂଗେ ସଂଗେ ହେକ୍ଟର ହେକ୍ଟର ଆଖୁ କିଆରିକୁ ବ୍ୟାପିଥିଲା।


ନିମପୁର, ଚାଟପାଳ , ନଅ-ମାଣିଆ ଅଞ୍ଚଳର ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଆଖୁ କିଆରିରେ ନିଆଁ ଲାଗିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀକୁ ଖବର ସତ୍ବେ ଘଟଣା ସ୍ଥଳରେ ପହଞ୍ଚିନି ଅଗ୍ନିଶମ ବାହାନୀ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିଆଁକୁ ଆୟତ୍ତ କରିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛି ଚାଷୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
hectares-of-sugarcane-are-burning | Argus News