Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥନିର୍ମାଣରେ ସମର୍ପିତ ଉଚ୍ଚଶିକ୍ଷିତ ଯୁବ ସେବାୟତ

Sudeshna Mishra
Browse all articles by Sudeshna Mishra
·1 year ago·2 min read
ରଥନିର୍ମାଣରେ ସମର୍ପିତ ଉଚ୍ଚଶିକ୍ଷିତ ଯୁବ ସେବାୟତ

Key Points

ଚଳିତ ବର୍ଷ ରଥଯାତ୍ରାର ପ୍ରମୁଖ ଆର୍କଷଣ


କୁନି ପରେ ଏବେ ଉଚ୍ଚଶିକ୍ଷିତ ଯୁବ ସେବାୟତ


କୁନି ସେବାୟତଙ୍କ ପାଇଁ ରଥଖଳା ପାଲଟିଛି ଚାଟଶାଳୀ


ଯୁବ ସେବାୟତଙ୍କ ପାଇଁ ରଥଖଳା ସାଜିଛି ମହାପ୍ରଭୁଙ୍କ ସେବାର ମାଧ୍ୟମ


ଉଚ୍ଚ ଶିକ୍ଷା ସହ ଯୁବବର୍ଗ ନିଜର କୌଳିକ ପରମ୍ପରାକୁ ରଖିଛନ୍ତି ଅକ୍ଷୁର୍ଣ୍ଣ

ରଥଖଳାରେ କୁନି ସେବାୟତଙ୍କ ପରେ ଏବେ ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଉଚ୍ଚଶିକ୍ଷିତ ଯୁବ ସେବାୟତ। ମହାପ୍ରଭୁଙ୍କ ସେବାକୁ ପ୍ରାଧାନ୍ୟ ଦେଇ ନିଜକୁ ରଥନିର୍ମାଣରେ ସମର୍ପିତ କରିଛନ୍ତି ଉଚ୍ଚଶିକ୍ଷିତ ଯୁବ ସେବାୟତ। ମୁଣ୍ଡ ଉପରେ ଅସହ୍ୟ ଖରା ଓ ତଳେ ନିଆଁ ଚୂଲିର ତାତିକୁ ଖାତିର୍ ନକରି ତିନିରଥ ପାଇଁ କଣ୍ଟା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ଯୁବ କମାର ସେବାୟତ ଯଶୋବନ୍ତ ମହାରଣା। ଅନ୍ୟପଟେ ଇଁରାଜୀ ଅନର୍ସରେ ଯୁକ୍ତ ତିନି ପାଠ ଶେଷକରି ମଧ୍ୟ ମହାପ୍ରଭୁଙ୍କ ରଥନିର୍ମାଣରେ ନିଜକୁ ନିୟୋଜିତ କରିଛନ୍ତି ତିନିରଥର ଭୋଇ ସର୍ଦ୍ଦାର ରବି ଭୋଇଙ୍କ ପୁଅ ଆଲୋକ ଭୋଇ।



କୁନି ରୂପକାର ସେବାୟତଙ୍କ ଭଳି କମାରଶାଳରେ ମଧ୍ୟ ଜଣେ ଉଚ୍ଚ ଶିକ୍ଷିତ ଯୁବ କାରିଗରଙ୍କୁ ରଥନିର୍ମାଣରେ ନିୟୋଜିତ ହେବାର ଦେଖିବାକୁ ମିଳିଛି। ମୁଣ୍ଡ ଉପରେ ଅସହ୍ୟ ଖରା ଓ ତଳେ ନିଆଁ ଚୂଲିର ତାତିକୁ ଖାତିର ନକରି ନିଷ୍ଠାର ସହ ମହାପ୍ରଭୁଙ୍କ ପାଇଁ କମାରଶାଳରେ ଭଳିକିଭଳି ଅରକଣ୍ଟା,ବଳା,ପନ୍ଧାରୀ ଇତ୍ୟାଦି ବିଭିନ୍ନ ପ୍ରକାରର କଣ୍ଟା ନିର୍ମାଣ କରୁଛନ୍ତି ଯଶୋବନ୍ତ। ଚାର୍ଟାଡ ଆକାଉଟାଣ୍ଟ ପାଠ ପଢିବା ସହ ନିଜର କୌଳିକ ପରମ୍ପରାକୁ ଅକ୍ଷୁର୍ଣ୍ନ ରଖିବାକୁ ମହାପ୍ରଭୁଙ୍କ ସେବା କରୁଥିବା ଯଶୋବନ୍ତ କୁହନ୍ତି। ସେପଟେ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସାଙ୍ଗ ସୁଖ ଯେତେବେଳେ ଯଶୋବନ୍ତକୁ ମହାପ୍ରଭୁଙ୍କ ସେବା କରୁଥିବା କଥା ପଚାରନ୍ତି ସେତେବେଳେ ତାଙ୍କ ବାପାଙ୍କୁ ଖୁବ୍ ଆନନ୍ଦ ଲାଗେ ବୋଲି କହିଛନ୍ତି ଯଶୋବନ୍ତଙ୍କ ବାପା ଜଗନ୍ନାଥ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି ଆଉ ଜଣେ ମହାପ୍ରଭୁଙ୍କର ବଳିଷ୍ଠ ଯୁବ ସେବାୟତ ହେଉଛନ୍ତି ଆଲୋକ ଭୋଇ। ତିନିରଥର ଭୋଇ ସର୍ଦ୍ଦାର ରବି ଭୋଇଙ୍କ ପୁଅ ହେଉଛନ୍ତି ଆଲୋକ। ବଡବଡ କାଠଗଣ୍ଡି ଠାରୁ ଆରମ୍ଭ କରି ଜନ୍ତାଗାଢରେ ସିଙ୍ଗଡା ବାଡିଆ ଭଳି କଷ୍ଟକର କାମ କରନ୍ତି ଯୁକ୍ତ ତିନି ଇଁରାଜୀ ଅନର୍ସରେ ପାଠ ଶେଷ କରିଥିବା ଆଲୋକ। ନିଜ ବାପା ଭୋଇ ସର୍ଦାରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ସମର୍ପଣ ମନୋଭାବ ପ୍ରତି ଆକର୍ଷିତ ହୋଇ ବାପାଙ୍କୁ ଆଦର୍ଶ ମାନି ସେବାରେ ନିୟୋଜିତ ହୋଇଛନ୍ତି ଆଲୋକ। ଏବେ ସେ ବ୍ୟାଙ୍କିଙ୍ଗ୍ ପାଇଁ ପ୍ରସ୍ତୁତ ହେଉଥିବା ସହିତ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇ ଆଲୋକ ମଧ୍ୟ ନିଜକୁ ବେଶ୍ ସୌଭାଗ୍ୟଶାଳୀ ମନେ କରିଛନ୍ତି। ସେପଟେ ବଂଶଗତ ସେବାକୁ ପ୍ରାଧାନ୍ୟ ଦେଇ ବାପା ରବି ଭୋଇ ପୁଅକୁ ରଥଖଳାରେ ପ୍ରଶିକ୍ଷଣ ଦେଉଛନ୍ତି।


ଗୋଟିଏ ପଟେ କୁନି ସେବାୟତଙ୍କ ପାଇଁ ରଥଖଳା ଚାଟଶାଳୀ ପାଲଟିଥିବା ବେଳେ ଯୁବ ସେବାୟତଙ୍କ ପାଇଁ ରଥଖଳା ସାଜିଛି ମହାପ୍ରଭୁଙ୍କ ସେବାର ମାଧ୍ୟମ। ତେବେ ଆଗକୁ ସେମାନେ ରଥଖଳାରେ କାମ ସମ୍ପୂର୍ଣ୍ଣ ଶିଖି ପାରମ୍ପରିକ ସେବାକୁ ବଜାୟ ରଖିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।


Sponsored
highlyqualified-sevayats-in-lord-jagannath-rath-yatra-work | Argus News