ନୟାଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ

Key Points
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇ ଗୋପାଳପୁର ଠାରୁ 590 ଦକ୍ଷିଣ ଓଡ଼ିଶାରେ ରହିଛି ।
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇ ଗୋପାଳପୁର ଠାରୁ 590 ଦକ୍ଷିଣ ଓଡ଼ିଶାରେ ରହିଛି । ପ୍ରଭାବରେ ରାଜ୍ୟରେ ବର୍ଷା ସ୍ଥିତି ଲାଗି ରହିଛି। ସକାଳୁ ଝିପିଝିପି ବର୍ଷା ଲାଗିରହିଥିବାବେଳେ ଶୀତର ପ୍ରକୋପ ମଧ୍ୟ ବଢିଯାଇଛି । ଫଳରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି ।ଲଘୁଚାପ ଅବପାତର ରୂପ ନେବା ପରେ କାଲିଠୁ ବର୍ଷାର ପରିମାଣ କମିବ । ହେଲେ ବର୍ଷା କମିବା ପରେ ବଢିବ ଶୀତ ।
ଗତ 24 ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ । ଦକ୍ଷିଣ ଉପକୂଳ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ଦେଖାଦେବ ।
📱 Get Argus News App
✨ଅନ୍ୟପଟେ ଦକ୍ଷିଣ ଓଡ଼ିଶାର ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଚାଷୀକୂଳକୁ ସତର୍କ ରହିବାକୁ କହିଛି ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରଭାବ ରହିଛି । ଦିନ ତାପମାତ୍ରା 4-5 ଡିଗ୍ରୀ କମିଛି , ରାତ୍ରି ତାପମାତ୍ରା ବଢ଼ିଛି । ତେବେ ଆଗାମୀ ଦୁଇ ଦିନ ପରେ ଅଭ୍ୟନ୍ତରୀଣ ଓଡ଼ିଶାରେ ୨-୪ ଡିଗ୍ରୀ ତାପମାତ୍ରା ବଢିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ରେକର୍ଡ ହୋଇଥିବା ବର୍ଷା ଅନୁପାତ ଅନୁଯାୟୀ ଖୋର୍ଦ୍ଧାରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି, ସେଭଳି ଜଗତସିଂହପୁରରେ ୬୧.୨ ମିଲିମିଟର, ପାରାଦୀପରେ ୬୧.୧ ମିଲିମିଟର, ଗୋପାଳପୁରରେ ୫୮.୬ ମିଲିମିଟର, ଭୁବନେଶ୍ବରରେ ୫୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଆହୁରି ପଢନ୍ତୁ ଆଜିବି ଜାରି ରହିଛି ବର୍ଷା