Videos
|
Odisha

ହାଇଦ୍ରାବାଦ ଇଟା ଭାଟିରେ ଶ୍ରମିକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago
ହାଇଦ୍ରାବାଦ ଇଟା ଭାଟିରେ ଶ୍ରମିକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଥମୁ ନାହିଁ ଦାଦନ ଯନ୍ତ୍ରଣା। ହାଇଦ୍ରାବାଦ ଇଟା ଭାଟିରେ ବଲାଙ୍ଗୀରର ଜଣେ ଶ୍ରମିକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଛି । ଭିଡିଓ କରି ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ଦାଦନ ଶ୍ରମିକ ମାନେ। ବଲାଙ୍ଗୀର ତୁରେକେଲା ବ୍ଲକ ମହୁଲବାହାଲି ଗାଁର ଦାଦନ ଶ୍ରମିକ ହାଇଦ୍ରାବାଦ ବନଗିରି ଶୁଲିଆପାଲିରେ ଥିବା ଇଟା କାରଖାନାରେ କାମ କରୁଛନ୍ତି। ଇଟା ଭାଟିରେ କାମ କରୁଥିବା ଅନେକ ଶ୍ରମିକ ମାନଙ୍କୁ ଡାଇରିଆ ହୋଇଥିବା ବେଳେ ଭାଟି ମାଲିକକୁ ଛାଡି ଦେବାକୁ କହିଥିଲେ । ହେଲେ ମାଲିକ ଛାଡୁନଥିବା ଅଭିଯୋଗ ହୋଇଛି।


ଅସୁସ୍ଥ ଶ୍ରମିକଙ୍କୁ ମାଲିକ ଜଣକ ଛାଡୁ ନଥିବା ବେଳେ ରୋଗରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଦାଦନ ଶ୍ରମିକ ମାନେ । ତେଣୁ ସରକାରଙ୍କୁ ଉଦ୍ଧାର ପାଇଁ ନିବେନ କରିଛନ୍ତି ଦାଦନ ଶ୍ରମିକ ମାନେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Hyderabad brick kiln worker allegedly tortured | Argus News