Videos
|
Odisha

ଆଜିଠୁ ରାଜ୍ୟରେ ପୁଣି ବର୍ଷା ନେଇ ସତର୍କ କରାଇଲେ ଆଇଏମଡି ଡିଜି

Banajyotshna Ray
Browse all articles by Banajyotshna Ray
·1 year ago
ଆଜିଠୁ ରାଜ୍ୟରେ ପୁଣି ବର୍ଷା ନେଇ ସତର୍କ କରାଇଲେ ଆଇଏମଡି ଡିଜି

ଅର୍ଗସ ବ୍ୟୁରୋ:  ଆଜି ଠାରୁ ରାଜ୍ୟରେ ପୁଣି ବର୍ଷା ନେଇ ସତର୍କ କରାଇଛନ୍ତି ଆଇଏମଡି ଡିଜି । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଆଜି ଓ କାଲି ଦୁଇ ଦିନ ବର୍ଷା ସମ୍ଭାବନା ରହିଛି ... ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ମାଲକାନାଗିରି, କୋରାପୁଟ, ଖୋର୍ଦ୍ଧା, ନୟାଗଡ଼, କଟକରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ଗଞ୍ଜାମ, ଜଗତସିଂହପୁର, ଗଜପତି, ରାୟଗଡ଼ା, ପୁରୀ, କଟକ, ମାଲକାନାଗିରି, କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି କମିବ ବର୍ଷାର ପରିମାଣ । କେବଳ ଉପକୂଳ ଓଡ଼ିଶା ଅର୍ଥାତ୍ ଗଞ୍ଜାମ, ଗଜପତିରେ ହାଲୁକା ବର୍ଷା ହେବା ସମ୍ଭାବନା । ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IMD DG warns of more rain in the state from today | Argus News