Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ- IMD ଡିଜି

Smruti Parija
Browse all articles by Smruti Parija
·1 year ago·2 min read
୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ- IMD ଡିଜି

Key Points

ଆଗାମୀ ୩ ଦିନ ଭିତରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ
IMDର ପୂର୍ବାନୁମାନ- ମୌସୁମୀ ଅଗ୍ରସର ନେଇ ରହିଛି ପାଗ ଅନୁକୂଳ

ଏଥର ସଅଳ ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ମେ ୨୧ରେ ସ୍ବାଭାବିକ ତାରିଖର ୮ ଦିନ ଆଗୁଆ କେରଳ ଛୁଇଁଥିଲା ମୌସୁମୀ । ଚଳିତ ବର୍ଷ ଜୁନ୍ ମାସରେ ସ୍ବାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବ । ୧୦୬ ପ୍ରତିଶତରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।


ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୪୮ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହେବ । ଧିରେ ଧିରେ ଉତ୍ତରମୁହାଁ ହେବା ସମ୍ଭାବନା । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । କାଲି ସକାଳ ୮ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଯାଜପୁର, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ଏହାବାଦ୍ ବାକି ସମସ୍ତ ଜିଲ୍ଲାକୁ ପ୍ରବଳ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି ପାଇଁ ୫ ଜିଲ୍ଲା- ଜଗତସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ଓ ବାକି ସବୁ ଜିଲ୍ଲାକୁ ହଳଦିଆ ଆଲର୍ଟ ଜାରି ହୋଇଛି । ୪୦ରୁ ୫୦ କିମି ବେଗରେ ଝଟକା ପବନ ବହିପାରେ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜ୍ୟରେ ବର୍ଷା ସତର୍କତା ନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲା ପ୍ରଶାସନ ଆଲର୍ଟ ରହିବାକୁ ନିର୍ଦ୍ଦେଶ ରହିଛି । ପାଣିପାଗ ଉପରେ ନଜର ରଖିବା ସହ ବିଜୁଳି, ଘଡ଼ଘଡ଼ି ସମୟରେ ନିରାପଦ ଆଶ୍ରୟ ନେବାକୁ କୁହାଯାଇଛି । କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Sponsored
-imd-monsoon-to-reach-odisha-within-3-days | Argus News