|
logo
Live

Argus News - ସୁଦୂର ବିଦେଶ ମାଟିରେ ମୋଦିଙ୍କ ମୁହଁରେ ଜୟ ଜଗନ୍ନାଥ ଧ୍ବନି

Odisha

ସୁଦୂର ବିଦେଶ ମାଟିରେ ମୋଦିଙ୍କ ମୁହଁରେ ଜୟ ଜଗନ୍ନାଥ ଧ୍ବନି

Rashmita Mishra
Browse all articles by Rashmita Mishra
·1 year ago·2 min read
ସୁଦୂର ବିଦେଶ ମାଟିରେ ମୋଦିଙ୍କ ମୁହଁରେ ଜୟ ଜଗନ୍ନାଥ ଧ୍ବନି

Key Points

ସୁଦୂର ବିଦେଶ ମାଟିରେ ମୋଦିଙ୍କ ମୁହଁରେ ଜୟ ଜଗନ୍ନାଥ ଧ୍ବନି
କୁଏତରେ ଗଞ୍ଜାମର ଯୁବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ପାଇଁ PMଙ୍କୁ ଧନ୍ୟବାଦ ଜଣାଇଲେ ଓଡ଼ିଆ ଯୁବକ
ମୋଦି କହିଲେ, ଦେଶ ପ୍ରଗତିରେ ପ୍ରବାସୀ ଭାରତୀୟଙ୍କର ରହିଛି ବଡ଼ ଯୋଗଦାନ
ଅତିଥିଙ୍କ ସ୍ବାଗତ ପାଇଁ ସ୍ବଚ୍ଛତା ସହ ସାଜସଜ୍ଜା କରିବାକୁ ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଅର୍ଗସ ବ୍ୟୁରୋ: 43 ବର୍ଷ ପରେ କୁଏତ ଯାଇଛନ୍ତି ଭାରତର କୌଣସି ପ୍ରଧାନମନ୍ତ୍ରୀ। 2 ଦିନିଆ କୁଏତ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି। ଶନିବାର ପ୍ରଥମ ଦିନ ତ ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ପ୍ରବାସୀ ଭାରତୀୟ। ଆଉ ରବିବାର ସେମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଆଉ ଏଥିରେ ସବୁଠାରୁ ରୋଚକ ଥିଲା ଓଡ଼ିଆ ଯୁବକ ବାବୁଲଙ୍କ ସହ ମୋଦିଙ୍କ ଆଲୋଚନା। ଗଞ୍ଜାମ ଖଲ୍ଲିକୋଟର ଏ ଯୁବକଙ୍କ ଭଲ ମନ୍ଦ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ। ଆସନ୍ତା ଜାନୁଆରୀ 8 ତାରିଖରୁ ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ପ୍ରଥମ ଥର ଓଡ଼ିଶା ମାଟିରେ ହେଉଥିବା ଏହି ବଡ଼ କାର୍ଯ୍ୟକ୍ରମ ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଲେ ଓଡ଼ିଆ ଯୁବକ। ଦେଶର ପ୍ରଗତିରେ ପ୍ରବାସୀ ଭାରତୀୟଙ୍କର ରହିଛି ମହତ୍ବପୂର୍ଣ୍ଣ ଭୂମିକା। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶକୁ ଆଗକୁ ନେଉଛି ପ୍ରବାସୀଙ୍କ ଟଙ୍କା।


ଏପଟେ ଓଡ଼ିଶାକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନର ସୁଯୋଗ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଧର୍ମେନ୍ଦ୍ର କହିଛନ୍ତି, ଓଡିଶାର ଗୌରବ, ମାନ ମର୍ଯ୍ୟାଦା ବଢ଼ାଇବା ଉଦ୍ୟମରେ ଲାଗିଛନ୍ତି ପିଏମ୍ ମୋଦି। ଅତିଥି ଦେବୋ ଭବଃ। ଏଣୁ ସାରା ବିଶ୍ବରୁ ଆସୁଥିବା ଅତିଥିଙ୍କୁ ସ୍ବାଗତ କରିବାକୁ ଭୁବନେଶ୍ୱର ସମେତ ପୁରୀ, କୋଣାର୍କ ଭଳି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ସ୍ୱଛ ଓ ସୁସଜ୍ଜିତ କରିବା ସହ ଦୀପାବଳି ଭଳି ବାତାବରଣ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଓଡିଶାକୁ ଥରେ ଆସିଲେ, ଏଠାକାର ଆକର୍ଷଣ ପ୍ରବାସୀ ଭାରତୀୟଙ୍କ ହୃଦୟକୁ କେମିତି ବାନ୍ଧି ହୋଇଯିବ ତାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବା କହିଛନ୍ତି ଆଇନ ମନ୍ତ୍ରୀ। ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରଦର୍ଶିତ ହେବ ଓଡ଼ିଶାର ଏତିହ୍ୟ, କଳା, ସଂସ୍କୃତିର ପ୍ରଦର୍ଶନ । ଏହା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:




Sponsored
ସୁଦୂର ବିଦେଶ ମାଟିରେ ମୋଦିଙ୍କ ମୁହଁରେ ଜୟ ଜଗନ୍ନାଥ ଧ୍ବନି | Argus News