OPSC ପରୀକ୍ଷା ଜୋନ ତାଲିକାରେ ଯୋଡ଼ି ହେଲା ଜୟପୁର
·1 year ago

ବଢିଲା OPSC ପରୀକ୍ଷା ଜୋନ । ତାଲିକାରେ ଯୋଡ଼ି ହେଲା କୋରାପୁଟର ଜୟପୁର । ପୂର୍ବରୁ ରାଜ୍ୟର 5ଟି ଜୋନରେ ହେଉଥିଲା ଓପିଏସସି ପରୀକ୍ଷା । ଗତ ୧ ତାରିଖ ରାଜ୍ୟର ନିଯୁକ୍ତି କମିଶନ ମାନଙ୍କ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ପରାମର୍ଶ ଦେଇଥିଲେ ।
କୋରାପୁଟ ଜିଲ୍ଲା ଜୟପୁରରେ ଏକ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ଓଡ଼ିଶା ଲୋକ ସେବା ଆୟୋଗକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଆଜି ଲୋକ ସେବା ଆୟୋଗ ଜୟପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: