Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକାଶଠୁ ଦୂରରେ `ଜାମକି'

Rashmita Mishra
Browse all articles by Rashmita Mishra
·1 year ago·1 min read
ବିକାଶଠୁ ଦୂରରେ `ଜାମକି'

Key Points

  • ବିକାଶଠୁ ଦୂରରେ `ଜାମକି'
  • ଗାଁରେ ଆସୁନି ନେଟୱାର୍କ
  • ଗଛ ଉପରେ ଚାଲୁଛି ଫୋନ୍ !

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ତୁରେକେଲା  ବ୍ଲକ ର ଆଦିବାସୀ ବହୁଳ ବଡ଼ବାଙ୍କୀ  ପଞ୍ଚାୟତ ଜାମକି ଗାଁ। ଗାଁରେ ନେଟୱାର୍କ ପାଲଟିଛି ମୁଖ୍ୟ ସମସ୍ୟା। ନେଟୱର୍କ ନଥିବା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। କେତେବେଳେ ଗଛ ଉପରେ ଚଢିଲେ ନେଟୱର୍କ ଆସୁଛି ତ କେତେବେଳେ ଉଚ୍ଚସ୍ଥାନକୁ ଗଲେ। ଜରୁରୀ ସମୟରେ ଫୋନ ଖୋଜିଲା ବେଳକୁ ଆସୁନି ନେଟୱର୍କ ।

ରାଜସ୍ବ ଗ୍ରାମ ହୋଇଥିଲେ ମଧ୍ୟ  ଆଜି ଯାଏ ନେଟୱାର୍କ ପାଇଁ ବହୁତ ହଇରାଣ ହେବାକୁ ପଡୁଛି । ଏହି ନେଟୱର୍କ ସମସ୍ୟା ପାଇଁ ଗାଁରେ ଲୋକେ ଅନଲାଇନ କାମ କରି ପାରୁ ନାହାନ୍ତି କି ବିଦ୍ୟାର୍ଥୀ ଅନଲାଇନ କ୍ଲାସ କରି ପାରୁ ନାହାନ୍ତି। ଏହାର ସମାଧାନ ପାଇଁ ଜନପ୍ରତିନିଧି ଓ ପ୍ରଶାସନ  ସମସ୍ତଙ୍କୁ ଜଣାଇଲା ପରେ ମଧ୍ୟ କିଛି ପଦକ୍ଷେପ ନିଆଯାଇନାହିଁ। 

 ଆଜିର ଡିଜିଟାଲ ଯୁଗରେ ସବୁକିଛି ମୋବାଇଲ ଅର୍ଥାତ ସ୍ମାର୍ଟ ଫୋନ୍ ମାଧ୍ୟମରେ କାର୍ଯ୍ୟ ଗୁଡ଼ିକ ହାତ ପାଆନ୍ତରେ ଚାଲିଛି। ପାଠ ପଢାଠାରୁ ଆରମ୍ଭ କରି ବ୍ୟାଙ୍କ୍ ସେବା ଏବଂ ସମସ୍ତ ଅଫିସ କାର୍ଯ୍ଯ ପାଇଁ ଏବେ ସ୍ମାର୍ଟଫୋନ୍ ଉପରେ  ନିର୍ଭର କରିବାକୁ ପଡ଼ୁଛି। ତେବେ ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।  ମୋବାଇଲ ନେଟୱାର୍କ ନ ଥିବାରୁ ନାଁ ପିଲାମାନେ ଅନଲାଇନ ପାଠ ପଢ଼ି ପରୁଛନ୍ତା ନାଁ କୌଣସି ଅଫିସ କାର୍ଯ୍ଯ ହୋଇପାରୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
`Jamki' far from development | Argus News