Videos
|
Odisha

ବିଜେଡିରେ ବଢ଼ିଲା ଜୁନିୟର ସିନିୟର ବିବାଦ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଜେଡିରେ ବଢ଼ିଲା ଜୁନିୟର ସିନିୟର ବିବାଦ

Key Points

ବିଜେଡିରେ ବଢ଼ିଲା ଜୁନିୟର ସିନିୟର ବିବାଦ
ରାଜ୍ୟ କମିଟି ଗଠନ ପୂର୍ବରୁ ଗୋଷ୍ଠୀ କନ୍ଦଳ ହେଲା ତୀବ୍ର
ବବି, ଦେବୀ, ସଞ୍ଜୟ, ଅତନୁଙ୍କୁ ଦଳ ଭିତରେ ଜୋରଦାର ବିରୋଧ
ନବୀନଙ୍କୁ ଭେଟି ପୂର୍ବତନ ବିଧାୟକ ମାନଙ୍କ ପୁଅ ଜଣାଇଲେ ଅଭିଯୋଗ
ଦ୍ବିତୀୟ ପିଢ଼ିକୁ ଦାୟିତ୍ବ ଦେବାକୁ ଜୋର ଧରିଲା ଦାବି
କୋଟେରୀ ଗ୍ରୁପର ପତିଆରାକୁ ନେଇ ବିଜେଡିରେ ବଢୁଛି ଅସନ୍ତୋଷ
ରାଜନୈତିକ ସମୀକ୍ଷକ କହିଥିଲେ କ୍ଷମତାରୁ ଯିବା ପରେ ଶେଷ ହୋଇଯିବ 24 ବର୍ଷର ଶାସକ ଦଳ

ଅର୍ଗସ ବ୍ୟୁରୋ:  ଦିନକୁ ଦିନ ଅଧିକ ବିଗୁଡୁଛି ବିଜେଡିର ସାଙ୍ଗଠନିକ ସ୍ଥିତି । ରାଜ୍ୟ କମିଟି ଗଠନ ପୂର୍ବରୁ ଦଳରେ ନୂଆ ବିବାଦ । ପ୍ରଥମ ପିଢ଼ି ଅବ୍ୟାହତି ଦେଇ ଦ୍ବିତୀୟ ପିଢ଼ିକୁ ଦଳ ଦାୟିତ୍ବ ଦେବା ପାଇଁ ଜୋର ଧରିଛି ଦାବି । ଶନିବାର ବିଜେଡିର ପୂର୍ବତନ ବିଧାୟକଙ୍କ ପୁଅମାନେ ମେଳି କରି ନବୀନଙ୍କ ନିକଟରେ ଏଭଳି ଦାବି ରଖିଥିବା କୁହାଯାଉଛି । ପୂର୍ବରୁ ବି ବବି, ଦେବୀ, ସଞ୍ଜୟ, ଅତନୁଙ୍କ ଭଳି ନେତାଙ୍କୁ ଦାୟିତ୍ବରୁ ହଟାଇବା ଲାଗି ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ ପ୍ରମୁଖ ଭୁବନେଶ୍ଵରରେ ମେଳି କରିଥିଲେ, ଦିତୀୟ ପିଢ଼ିକୁ ଦାୟିତ୍ଵ ଦେବାକୁ ବାର୍ତ୍ତା ଦେଇଥିଲେ । ବିଧାୟକ ଦେବୀ ତ୍ରିପାଠୀ, ସୌଭିକ ବିଶ୍ଵାଳ, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ରାଜେନ୍ଦ୍ର ସାହୁ ପ୍ରମୁଖ ଦଳ ପରିଚାଳନା ଦାୟିତ୍ଵରେ ଥିବା ନେତାଙ୍କୁ ବିରୋଧ ଆରମ୍ଭ କଲେଣି। ଏମାନେ ଚଳିତ ମାସ 3 ତାରିଖରେ ଗୋପାଳପୁରରେ ମେଳି କରିଥିଲେ। ଯେଉଁଥିରେ 24 ବିପର୍ଯ୍ୟୟ କାରଣ ସାଜିଥିବା ନେତାଙ୍କୁ ବିରୋଧ ପାଇଁ ନିଷ୍ପତ୍ତି ହୋଇଛି। ଆଉ ଗତକାଲି ସନ୍ଧ୍ୟାରେ ଏମାନେ ନବୀନ ନିବାସରେ ପହଞ୍ଚି ନିଷ୍ପତ୍ତି ବାବଦରେ ନବୀନଙ୍କୁ ଅବଗତ କରିଛନ୍ତି। ଯାହାକୁ ନେଇ ବଢିଛି ଚର୍ଚ୍ଚା ।

ସେପଟେ ଦରଦାମକୁ ନେଇ ବିଜେଡି ଦେଇଥିବା ଆନ୍ଦୋଳନ ଡାକରା ପାଇଁ ଗତ ଶୁକ୍ରବାର କଟକରେ ବସିଥିବା ପ୍ରସ୍ତୁତି ବୈଠକରେ ବି ସ୍ପଷ୍ଟ ସାମ୍ନାକୁ ଆସିଛି ଦଳୀୟ କନ୍ଦଳ। ପାଖ ଜିଲ୍ଲା କଟକରୁ ନେତା ବିଧାୟକ ଓ କର୍ମୀ ଯେପରି ଅଧିକ ଆସିବେ ସେନେଇ କଟକିଆ ନେତାଙ୍କୁ ନେଇ ସମନ୍ଵୟ କମିଟି ଅଧକ୍ଷ ଦେବୀ ମିଶ୍ର, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ ଡାକିଥିବା ଏହି ବୈଠକକୁ କେବଳ ସାଂସଦ ଦେବାଶିଷ ସାମନ୍ତରାୟ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଛାଡିଦେଲେ ଅନ୍ୟ କେହି ଯାଇ ନଥିଲେ । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଦଳୀୟ ନେତା।  ଏସବୁ ସ୍ଥିତି କହୁଛି ନବୀନଙ୍କ ହାତରୁ ଖସୁଛି ବିଜେଡ଼ି କମାଣ୍ଡ । ଯାହାକୁ ନେଇ କିଛି ଦିନ ତଳେ କହିଥିଲେ ରାଜନୈତିକ, କ୍ଷମତାରୁ ଯିବା ପରେ ଶେଷ ହୋଇଯିବ ବିଜେଡି।


ଅଧିକ ପଢ଼ନ୍ତୁ ରାଜନୀତି ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Junior-senior dispute escalates in BJD | Argus News