|
logo
Live

Argus News - ଅମଳ ଋତୁରେ କେନ୍ଦୁଝର ଟମାଟୋ ଚାଷୀଙ୍କୁ ଅଭାବୀ ବିକ୍ରି ବୋଝ

Odisha

ଅମଳ ଋତୁରେ କେନ୍ଦୁଝର ଟମାଟୋ ଚାଷୀଙ୍କୁ ଅଭାବୀ ବିକ୍ରି ବୋଝ

Ritu Das
Browse all articles by Ritu Das
·1 year ago·1 min read
ଅମଳ ଋତୁରେ କେନ୍ଦୁଝର ଟମାଟୋ ଚାଷୀଙ୍କୁ ଅଭାବୀ ବିକ୍ରି ବୋଝ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ପ୍ରଚୁର ପରିମାଣର ଟମାଟୋ ଚାଷ ହୋଇଥାଏ । ଆନନ୍ଦପୁର, ଗୋପୀନାଥପୁର, ଟିକର ପଡା, ପଦ୍ମପୁରରେ ପ୍ରତିବର୍ଷ ପ୍ରାୟ ୧୫୦୦୦ ଏକର ଜମିରେ ଟମାଟୋ ଚାଷ କରିଥାନ୍ତି ଚାଷୀ। କିନ୍ତୁ ଏଥର ବିଲାତି ଉତ୍ପାଦନ ହେବା ଆରମ୍ଭ ହେଉ ହେଉ ଦେଖାଦେଇଛି ଅଭାବୀ ବିକ୍ରି । ନିକଟରେ ଅଦିନିଆ ବର୍ଷା ଯୋଗୁଁ ବହୁ ସ୍ଥାନରେ ଟମାଟୋ ପଚିସଢି ନଷ୍ଟ ହୋଇଯାଇଛି । ଯାହା କିଛି ଭଲ ଟମାଟୋ ଜମିରେ ରହିଛି ତାକୁ ତୋଳି ବିକ୍ରି ପାଇଁ ନେଉଛି ଚାଷୀ। ହେଲେ ଜିଲ୍ଲାରେ ଶୀତଳଭଣ୍ଡାର ନଥିବା କାଳ ହୋଇଛି ଚାଷୀଙ୍କୁ। ଶାଗ ମାଛ ଦରରେ ବିକ୍ରି ହେଉଛି ଟମାଟର। ଗୋଟିଏ ଟ୍ରେ ଅର୍ଥାତ୍ ପ୍ରାୟ ୨୫ କିଲୋ ଟମାଟୋ, ଯାହାର ବଜାର ଦର ୫୦୦ରୁ ୬୦୦ ଟଙ୍କା ହେବା କଥା। କିନ୍ତୁ ତାକୁ ବଡ଼ ବଡ଼ ବ୍ୟବସାୟୀମାନେ ୨ଶହ ଟଙ୍କାରେ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।


ଯାହାକି ଟମାଟୋ କିଲୋ 25 ଟଙ୍କା ବଦଳରେ 7ରୁ 8 ଟଙ୍କା ବିକ୍ରି କରି କ୍ଷତି ସହୁଛି ଚାଷୀ। ସେପଟେ ଆଗକୁ ଖରା ବଢିଲେ ଟମାଟୋ ଦର ଆହୁର ଖସିବ ବୋଲି ଆଶଙ୍କା କରି ଚିନ୍ତାରେ ଚାଷୀ । ଜିଲ୍ଲାରେ ପାଖାପାଖି ୫ ହଜାରରୁ ଊର୍ଦ୍ଧ୍ଵ ପରିବାର ଚାଷ ଉପରେ ନିର୍ଭର କରି ଚଳନ୍ତି। ଏଠାରେ ଉତ୍ପାଦିତ ଟମାଟୋ ପଡୋଶୀ ଯାଜପୁର, ଭଦ୍ରକ, ବାଲେଶ୍ବର ତଥା ରାଜ୍ୟବାହାରକୁ ମଧ୍ୟ ରପ୍ତାନୀ ହୋଇଥାଏ । କିନ୍ତୁ ହାତ ପାହାନ୍ତରେ ବଜାର ସୁବିଧା ଓ ଖାଦ୍ୟପ୍ରକ୍ରିୟାକରଣ ଉଦ୍ୟୋଗ ନଥ‌ିବାରୁ ଚାଷୀମାନେ ବିଶେଷ ଲାଭବାନ ହୋଇପାରୁନାହାନ୍ତି। ପୂର୍ବ ବିଜେଡି ସରକାର 24 ବର୍ଷର ଶାସନ କାଳରେ କେନ୍ଦୁଝରରେ ଚାଷୀଙ୍କ ପାଇଁ ଗୋଟିଏ ଶୀତଳ ଭଣ୍ଡାର କରିପାରିଲାନି । ଯାହା ପାଇଁ କ୍ଷତି ସହୁଛନ୍ତି ଚାଷୀ । ବିଜେପି ସରକାର ଦୁଃଖ ବୁଝିବେ, ଆଶା ପ୍ରକଟ କରିଛନ୍ତି ଚାଷୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅମଳ ଋତୁରେ କେନ୍ଦୁଝର ଟମାଟୋ ଚାଷୀଙ୍କୁ ଅଭାବୀ ବିକ୍ରି ବୋଝ | Argus News