୯ ମାସର କୁନି ସେବାୟତ, କରୁଛନ୍ତି ବଡ଼ ଠାକୁରଙ୍କ ପୂଜା

Key Points
ମହାପ୍ରଭୁଙ୍କ ସେବା କରିବା ପାଇଁ ଶ୍ରୀମନ୍ଦିର ଆସିଛନ୍ତି ଏହି କୁନି ଦଇତାପତି
ବୟସ ହେଉଛି ମାତ୍ର ୯ ମାସ
ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ମହାପ୍ରଭୁ ଅଣସର ଘରେ ଜ୍ବରରେ ଅସୁସ୍ଥ ଥିବାରୁ ଗୁପ୍ତ ସେବାରେ ଯୋଗ ଦେବା ପାଇଁ ଏହି କୁନି ଦଇତାପତି ସେବାୟତ ଶ୍ରୀମନ୍ଦିର ଆସିଛନ୍ତି
ପରମ୍ପରା ଅନୁଯାୟୀ ଜନ୍ମ ହେବାର ୨୧ ଦିନ ପରେ ଏମାନେ ଦଇତା ଭାବେ ଗଣତି ହେବା ସହ ଅଣସର ଘରେ ମହାପ୍ରଭୁଙ୍କ ସେବା କରିଥାନ୍ତି
ବୟସ ହେଉଛି ମାତ୍ର ୯ ମାସ। ମହାପ୍ରଭୁଙ୍କ ସେବା କରିବା ପାଇଁ ଶ୍ରୀମନ୍ଦିର ଆସିଛନ୍ତି ଏହି କୁନି ଦଇତାପତି। ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ମହାପ୍ରଭୁ ଅଣସର ଘରେ ଜ୍ବରରେ ଅସୁସ୍ଥ ଥିବାରୁ ଗୁପ୍ତ ସେବାରେ ଯୋଗ ଦେବା ପାଇଁ ଏହି କୁନି ଦଇତାପତି ସେବାୟତ ଶ୍ରୀମନ୍ଦିର ଆସିଛନ୍ତି।
ଏହି କୁନି ଦଇତାପତି ହେଉଛନ୍ତି ଯୁବ ଦଇତାପତି ସେବାୟତ କାହ୍ନା ସ୍ବାଇଁ ମହାପାତ୍ରଙ୍କ ୯ ମାସର ପୁଅ ଶୁଭମ ସ୍ବାଇଁ ମହାପାତ୍ର। ଦଇତାକୂଳର ପରମ୍ପରା ଅନୁଯାୟୀ ଜନ୍ମ ହେବାର ୨୧ ଦିନ ପରେ ଏମାନେ ଦଇତା ଭାବେ ଗଣତି ହେବା ସହ ଅଣସର ଘରେ ମହାପ୍ରଭୁଙ୍କ ସେବା କରିଥାନ୍ତି।
📱 Get Argus News App
✨ଅଣସରର ପଞ୍ଚମୀ ତିଥି ଅର୍ଥାତ୍ ଫୁଲୁରି ତେଲ ଲାଗି ପରଦିନ ଠାରୁ ଏହି କୁନି ଦଇତାପତି ମାନେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି। ଏତେ କମ୍ ବୟସରେ ମହାପ୍ରଭୁଙ୍କ ସେବା ପୂଜା, ନିତୀକାନ୍ତି ବିଷୟରେ ଶୁଭମ୍ ଅଜ୍ଞ ଥିଲେ ମଧ୍ୟ ଭବିଷ୍ୟତରେ ସମର୍ପଣ ମନୋଭାବ ନେଇ ମହାପ୍ରଭୁଙ୍କ ସେବା କରିବେ ବୋଲି ତାଙ୍କ ଜେଜେବାପା କହିଛନ୍ତି।
ପ୍ରଥମ ଥର ବାପା ଓ ଜେଜେବାପାଙ୍କ ସହ ଶୁଭମ୍ ଆଜି ଶ୍ରୀମନ୍ଦିର ଅଣସର ଘରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଓଷ ଲାଗି କରିଛନ୍ତି। ମହାପ୍ରଭୁଙ୍କ ଅଶେଷ କୃପାରୁ ଦଇତା କୂଳରେ, କୁନି ଦଇତାପତି ଜନ୍ମ ହେବାପରେ ଦଇତାପତି ସେବାୟତ ମାନେ ବେଶ୍ ଭାବ ବିହ୍ୱଳ ହୋଇ ହୋଇପଡିଛନ୍ତି।