Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା

Smruti parija
Browse all articles by Smruti parija
·1 year ago·2 min read
ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା

Key Points

ରାଜ୍ୟରେ ବଦଳିଛି ପାଣିପାଗର ମିଜାଜ୍ । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଶୀତ ସାଙ୍ଗକୁ କଲବଲ କରିବ ଅଦିନିଆ ବର୍ଷା ।

ଭୁବନେଶ୍ୱର: ରାଜ୍ୟରେ ବଦଳିଛି ପାଣିପାଗର ମିଜାଜ୍ । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଶୀତ ସାଙ୍ଗକୁ କଲବଲ କରିବ ଅଦିନିଆ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ହେବ ବର୍ଷା । ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ହାଲୁକାରୁ ଅତ୍ୟନ୍ତ ହାଲୁଆ ଧରଣର ବର୍ଷା କିଛି ସ୍ଥାନରେ ହେବାର ଅଛି । ଆଗାମୀ ୫ ଦିନ ପାଗ ମୁଖ୍ୟତଃ ଶୁଖିଲା ସହ ମେଘୁଆ ଓ ଗୋଟେ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି ।


୧୯ ତାରିଖରେ ପାଗ ମେଘୁଆ ରହିବ, ଯେମିତି କି ପୁରୀ, କେନ୍ଦ୍ରାପଡା, ଗଜପତି, ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲ୍ଲା ମାନଙ୍କରେ ହାଲୁକା ବର୍ଷା ରହିଥିବାବେଳେ ଗୋଟେ ୨ ଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ଅଛି । ୨୦ ତାରିଖରେ ବର୍ଷା ଲାଗି ରହିବ । କୋଷ୍ଟଲ ଓଡ଼ିଶାର କିଛି ଅଞ୍ଚଳମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଅଛି । ୨୧ ତାରିଖରେ ହାଲୁକାରୁ ଅତ୍ୟନ୍ତ ହାଲୁକା ବର୍ଷା ହେବାର ଅଛି । ପାଗ ମେଘୁଆ ଥିବାରୁ ଗୋଟେ କିମ୍ବା ୨ ଟି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢ଼ିଛି । ଆଗାମୀ ୪୮ ଘଣ୍ଟା ଭିତରେ ଆହୁରି ୨ ରୁ ୩ ଡିଗ୍ରୀ ଖସିବ ପାରଦ । ପରେ ତାପମାତ୍ରା ନର୍ମାଲ ରହିବ । ଆଗାମୀ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୭.୨ ରାଉରକେଲାରେ ଦେଖା ଯାଇଥିଲା । ଝାରସୁଗୁଡ଼ା ୮.୬ ସୁନ୍ଦରଗଡ ୮.୧ , ଫୁଲବାଣୀ ଓ ବୌଦ୍ଧ ରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦକ୍ଷିଣ ବଙ୍ଗୋସାଗରରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ପ୍ରଭାବରେ ୧୯ ରୁ ୨୨ ରାଜ୍ୟରେ ବର୍ଷା ସମ୍ଭାବନା ଥିବାରୁ ଅମଳ ସମୟ ହୋଇ ଥିବାରୁ ଚାଷୀଙ୍କୁ ସତର୍କ କରିଛି ପାଣିପାଗ ବିଭାଗ ।

Sponsored
-know-todays-weather-update | Argus News