Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୌଳିକ ସୁବିଧାରୁ ବଞ୍ଚିତ କୁନ୍ଦୁରା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୌଳିକ ସୁବିଧାରୁ ବଞ୍ଚିତ କୁନ୍ଦୁରା

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଦୁର୍ଦ୍ଦଶା । ୨୪ ବର୍ଷ ଭିତରେ ପୂର୍ବ ସରକାରଙ୍କ ପଡିନଥିଲା ଦୃଷ୍ଟି । ଆମେ କହୁଛି କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦୁରା ବ୍ଲକ ଝୋଲାଗୁଡା ଗାଁ ବିଷୟରେ । ଆଜି ବି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ରହିଛି ଗାଁ । ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଗାଁକୁ ଯିବାକୁ ହେଲେ ଅଙ୍କା ବଙ୍କା ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ରାସ୍ତାର ପ୍ରତି ପାଦେ ପାଦେ ବିପଦ । ପୂର୍ବ ବିଜେଡି ସରକାରରେ ଗାଁରେ କେବେ ବି ସରକାରୀ ବାବୁ କିମ୍ବା ଜନପ୍ରତିନିଧିଙ୍କ ପାଦ ପଡିନଥିଲା । ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ କୋଟପାଡ଼ ବିଜେପି ବିଧାୟକ ରୁପୁ ଭତ୍ରା ଗାଁକୁ ଗସ୍ତ କରିଥିଲେ । ଲୋକଙ୍କ ସମସ୍ୟା ଶୁଣିଥିଲେ । ଏହା ଦେଖି ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ । ଆଜି ବି ଗାଁକୁ ପକ୍କା ରାସ୍ତା ସଂଯୋଗ ହୋଇପାରି ନାହିଁ । ବିକାଶ ଠାରୁ ବହୁ ଦୂରରେ ଝୋଲାଗୁଡା ଗାଁ । ଦୁଇ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ପିଲାଙ୍କୁ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଯିବାକୁ ପଡ଼େ । ବିପଦ ସଂକୁଳ ରାସ୍ତା ଓ ଜଙ୍ଗଲି ଜନ୍ତୁ ଭୟରେ ଅଧାରୁ ପାଠ ଛାଡୁଛନ୍ତି ଛାତ୍ର ଛାତ୍ରୀ ।

ଝୋଲାଗୁଡା ଗାଁକୁ ଯିବା ପାଇଁ ହେଲେ ତିନଟି ରାସ୍ତା ରହିଛି । ଯାହା ବଣ ଜଙ୍ଗଲ ପରିପୂର୍ଣ୍ଣ । ବର୍ଷା ଦିନ ରାସ୍ତା କଥା ନକହିଲେ ଭଲ । ରାସ୍ତାରେ ଯାନବାହାନ ଚାଲିବା ଦୂରର କଥା ମଣିଷ ଚାଲିବା ବି ସମ୍ଭବ ହୁଏ ନାହିଁ । ସେପଟେ ପିଇବା ପାଣି କଥା ନକହିଲେ ଭଲ । ଗାଁରେ ମାତ୍ର ତିନଟି ନଳକୂପ ଥିବା ବେଳେ ଦୁଇଟି ନଳକୂପର ପାଣି ପିଇବା ପାଇଁ ନୁହେଁ । ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି 70 ରୁ ଅଧିକ ଲୋକ । ସେପଟେ ଗ୍ରାମରେ କେବଳ ଗୋଟିଏ ପରିବାରକୁ ହିଁ ଆବାସ ଯୋଜନାରେ ଘର ମିଳିଥିବା ଜଣାପଡିଛି ।

ଗ୍ରାମରେ ରାସ୍ତା ପକା ରାସ୍ତା ନିର୍ମାଣ ସହ,ନୂତନ ଭାବରେ ଅଙ୍ଗନବାଡ଼ି,ବିଦ୍ୟାଳୟ ନିର୍ମାଣ କରିବା ସହ ବିଶୁଦ୍ଧ ପାଣି ଜଳ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଝୋଲାଗୁଡା ଗ୍ରାମବାସୀ । ନୂଆସରକାରରେ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kundura deprived of basic amenities | Argus News