Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରସୁଲଗଡ଼ ହତ୍ୟା ଘଟଣାରେ ଆଇନମନ୍ତ୍ରୀଙ୍କ ସୂଚନା: ଦୋଷୀଙ୍କୁ ଖୁବଶୀଘ୍ର ଧରାଯିବ

Odisha

ରସୁଲଗଡ଼ ହତ୍ୟା ଘଟଣାରେ ଆଇନମନ୍ତ୍ରୀଙ୍କ ସୂଚନା: ଦୋଷୀଙ୍କୁ ଖୁବଶୀଘ୍ର ଧରାଯିବ

Ritu Das
Browse all articles by Ritu Das
·1 year ago·1 min read
ରସୁଲଗଡ଼ ହତ୍ୟା ଘଟଣାରେ ଆଇନମନ୍ତ୍ରୀଙ୍କ ସୂଚନା: ଦୋଷୀଙ୍କୁ ଖୁବଶୀଘ୍ର ଧରାଯିବ

ରସୁଲଗଡ଼ ଓଭରବ୍ରିଜ୍‌ରେ ଯୁବକଙ୍କୁ ବିଭତ୍ସ ହତ୍ୟା ଘଟଣା । ଏହି ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ କରୁଛି । ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଛନ୍ତି ଆଇନ୍‌ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୋଷୀକୁ ନିଶ୍ଚିତ ଧରାଯିବ । କେବଳ ଆଜିର ଘଟଣା ନୁହେଁ, କିଛି ଦିନ ହେବ ଏଭଳି ଘଟଣା ବିଭିନ୍ନ ଅଞ୍ଚଳରୁ ନଜରକୁ ଆସୁଛି । ଗତ ୨୪ ବର୍ଷ ସରକାରରେ ଅପରାଧ ଘଟାଇ ଦୋଷୀ ପଳାଉଥିଲେ । ପୋଲିସ ଧରି ପାରୁନଥିଲା । କିନ୍ତୁ ଆମ ସରକାରର ନିଷ୍ପତ୍ତି କୌଣସି ବି ଅପରାଧି ଖସି ଯାଇପାରିବ ନାହିଁ । ସେଇ ସମାନ ପୋଲିସ ଏବେ ଅପରାଧୀକୁ ଧରୁଛି । କିନ୍ତୁ ପୂର୍ବ ସରକାରରେ ଏହା ହେଉନଥିଲା ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ କେଦାରପଲ୍ଲୀ ବସ୍ତିର ସହଦେବ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସ୍‌ଏସ୍‌ ନଗରରୁ ରସୁଲଗଡ଼ ପଟକୁ ଆସୁଥିଲେ । ଏହି ସମୟରେ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ । ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଅତର୍କିତ ଖଣ୍ଡାରେ ଚୋଟ ମାରିଥିଲେ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
-law-ministers-statement-on-rasulgarh-murder-case-the-culprit-will-be-caught-soon | Argus News