ବିଶ୍ବନିୟନ୍ତାଙ୍କ ରଥ ନିର୍ମାଣରେ ଲାଗିଛନ୍ତି କୁନି ସେବକ

Key Points
ବାପା ଜେଜେ ଅମଳରୁ ଚାଲି ଆସୁଥିବା ପରମ୍ପରାକୁ ଆଗେଇ ନେବାନେଇ ଏହି କୁନି ରୂପକାର ସେବକଙ୍କୁ ସେମାନଙ୍କର ବାପା, ଜେଜେବାପା, ଦାଦା ଓ ବଡ଼ବାପା ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଉଛନ୍ତି।
ଅନ୍ୟପଟେ ମହାପ୍ରଭୁଙ୍କ ସେବାକରି ସେମାନେ ନିଜକୁ ଧନ୍ୟମନେ କରିବା ସହ ଆଗକୁ ଏହି ସେବା ଜାରି ରଖିବେ ବୋଲି କହିଛନ୍ତି କୁନି ରୂପକାର ମାନେ।
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖାଳରେ ରଥନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ରଥଖଳାରେ ତିନିରଥର ଖୋଦେଇ କାର୍ଯ୍ୟରେ ଲାଗିଛନ୍ତି କୁନି ରୂପକାର ସେବକ ମାନେ। ରଥଖଳାରେ ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ କୁନି ରୂପକାରଙ୍କ ପାଇଁ ଚାଟଶାଳୀ ପାଲଟିଛି ରଥଖଳା।ହାତରେ ମୁଗୁର, ବଟାଳି, ନିହଣ ଧରି କୋଣଗୁଜରେ କରୁଛନ୍ତି ସୁନ୍ଦର କଳାକୃତି।ବାପା ଜେଜେ ଅମଳରୁ ଚାଲି ଆସୁଥିବା ପରମ୍ପରାକୁ ଆଗେଇ ନେବାନେଇ ଏହି କୁନି ରୂପକାର ସେବକଙ୍କୁ ସେମାନଙ୍କର ବାପା, ଜେଜେବାପା, ଦାଦା ଓ ବଡ଼ବାପା ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଉଛନ୍ତି। ଅନ୍ୟପଟେ ମହାପ୍ରଭୁଙ୍କ ସେବାକରି ସେମାନେ ନିଜକୁ ଧନ୍ୟମନେ କରିବା ସହ ଆଗକୁ ଏହି ସେବା ଜାରି ରଖିବେ ବୋଲି କହିଛନ୍ତି କୁନି ରୂପକାର ମାନେ।
ବିଶ୍ବନିୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି କୁନି ରୂପକାର ସେବକ।କୁନିକୁନି ହାତରେ ନିହଣ, ମୁଗୁର,ବଟାଳି ଧରି କୋଣଗୁଜରେ ଖୋଦେଇ କାମ ଜାରି ରଖିଛନ୍ତି। ଗ୍ରୀଷ୍ମଛୁଟି ପାଇଁ ସ୍କୁଲ ବନ୍ଦ ଯୋଗୁଁ ସେମାନେ ଲାଗିଛନ୍ତି ମହାପ୍ରଭୂଙ୍କ ସେବାରେ। ମହାପ୍ରଭୂଙ୍କ ରଥନିର୍ମାଣ କରିବା ଏବେ ସେମାନଙ୍କ ପାଇଁ ନିଶା ପାଲଟି ଥିବାବେଳେ ପବିତ୍ର ଘୋଷଯାତ୍ରା ପାଇଁ ରଥଖଳାରେ ରୂପକାର ସେବକର ମାନ୍ୟତା ପାଇବା ପାଇଁ ରହିଛି ଲକ୍ଷ୍ୟ। ମହାରଣା ସେବକଙ୍କ ଠାରୁ ଆରମ୍ଭ କରି ଭୋଇ , କମାର , ଦର୍ଜି , ଚିତ୍ରକର ସେବକଙ୍କ ପରି ରୂପକାର ସେବକଙ୍କ ମଧ୍ୟ ରଥନିର୍ମାଣରେ ରହିଛି ସ୍ବତନ୍ତ୍ର ଭୂମିକା। ବଂଶାନୁକ୍ରମ ଧରି ରଥନିର୍ମାଣରେ ବିଭିନ୍ନ ରୂପ ଖୋଦେଇ କାର୍ଯ୍ୟ କରିଆସୁ ଥିବା ଏହି ରୂପକାର ସେବକ ମାନେ ଏବେ କୁନିକୁନି ପାପୁଲିରେ ଖୋଦେଇ କରୁଛନ୍ତି ସିଂହବିରାଳ। ଆଗକୁ ନରବିରାଳ, ଗଜବିରାଳ, ନାଟଘୋଡା,ପ୍ରଭା ଆଦି ଅନେକ ଅଦ୍ଵିତୀୟ୍ୟ କାରିଗରୀ ବାକି ରହିଥିବା କହିଛନ୍ତି କୁନି ରୂପକାର ସେବକ।ଉପସ୍ଥିତ କାରିଗର ମାନେ କୁନି ଶୀଳ୍ପିଙ୍କ ଚମତ୍କାରିତା ଦେଖି ଉତ୍ସାହିତ ହେଉଥିବା ବେଳେ ବାପାଜେଜେ ଅମଳର ଏ ସେବାକୁ ବଞ୍ଚାଇ ରଖିବୁ ବୋଲି କହିଛନ୍ତି କୁନି ରୂପକାର ସେବକ। ସେପଟେ କୁନି ହାତରେ ପାରିଦର୍ଶିତା ଓ ନିପୁଣତା ଏବେ ସୁଦୂର ପ୍ରସାରି ହେଉଥିବା ବେଳେ ପିଲାବେଳୁ ଏହି ରୂପକାର ମାନେ ଜଗନ୍ନାଥଙ୍କ ସେବକ କହି ଗର୍ଵ ଅନୁଭବ କରୁଛନ୍ତି ।
📱 Get Argus News App
✨ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ ଅନୂକୂଳ କରାଯାଇ ରୂପକାର ସେବକ ମାନଙ୍କୁ ଶାଢୀ ବନ୍ଧାଯାଇଥାଏ । ନୃସିଂହ ଚତୃଦଶୀ ଦିନରୁ କୋଣଗୁଜରେ ନୃସିଂହଙ୍କ ରୂପ ଖୋଦେଇ କରି କାର୍ଯ୍ୟର ଆରମ୍ଭ କରିଥାନ୍ତି ରୂପକାର ସେବକ।ତେବେ ଏହି ବଂଶାନୁକ୍ରମିକ ସେବାକୁ ବଞ୍ଚାଇ ରଖିବା ପାଇଁ ରୁପକାର ସେବକ ଘରର କୁନି ପିଲା ମାନେ ରଥଖଳାରେ କରିଥାନ୍ତି ଶିକ୍ଷା ଗ୍ରହଣ। ଏଣୁ ପରମ୍ପରା ବଜାୟ ରଖିବା ପାଇଁ କୁନିକୁନି ରୁପକାର ସେବକଙ୍କ ବେଶ ଭିଡ୍ ଦେଖିବାକୁ ମିଳିଅଛି ରଥଖଳାରେ। ସତେ ଯେମିତି ରଥଖଳା ସେମାନଙ୍କ ପାଇଁ ପାଲଟିଛି ଚାଟଶାଳୀ। କୁନି ରୂପକାର ମାନଙ୍କ ପାଇଁ ରଥଖଳା ଟ୍ରେନିଂ ସେଣ୍ଟର ସାଜିଥିବା ବେଳେ କୂଳ ସେବାକୁ ଆଗକୁ ନେବା ପାଇଁ ସେମାନଙ୍କ ଅବଦାନ ଆବଶ୍ୟକ ବୋଲି କହିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର।
ଭବିଷ୍ୟତକୁ ନଜରରେ ରଖି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଯେଭଳି କୌଣସି ବାଧା ନଉପୁଜେ ତାହାକୁ ଦୃଷ୍ଟିରେ ରଖି ଏବେ ଠାରୁ କୁନି ରୂପକାର ସେବକମାନଙ୍କୁ କରାଯାଉଅଛି ପ୍ରସ୍ତୁତ।