Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାଲମିଆ ସିମେଣ୍ଟ କାରଖାନାରେ ବଡ଼ ଦୁର୍ଘଟଣା: ପ୍ରାୟ 24 ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ

Ritu Das
Browse all articles by Ritu Das
·1 year ago·1 min read
ଡାଲମିଆ ସିମେଣ୍ଟ କାରଖାନାରେ ବଡ଼ ଦୁର୍ଘଟଣା: ପ୍ରାୟ 24 ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ ହେଲା ବଡ଼ ଦୁର୍ଘଟଣା। ଲାଇନ୍‌-୨ରେ ଥିବା ୨୭ ମେଗାୱାଟ୍‌ ପ୍ଲାଣ୍ଟର ୧୨୫ ଟିପିଏଚ୍‌ ସିଏଫ୍‌ବିସି ବଏଲରର ଦୁଇଟି ଯାକ କୋଇଲା ବଙ୍କର୍‌ ଭାଙ୍ଗିବା ଫଳରେ ସୃଷ୍ଟି ହେଲା କୋଇଲା ଗୁଣ୍ଡର କୃତ୍ରିମ ପାହାଡ଼। ଯାହା ତଳେ ଚାପି ହୋଇଗଲେ କାମ କରୁଥିବା ଶ୍ରମିକ । କ୍ରେନ୍ ଓ ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ କୋଇଲା ସଫା କରିବାକୁ ଆରମ୍ଭ କରାଗଲା ଉଦ୍ଧାର କାର୍ଯ୍ୟ। ୟା ଭିତରେ ପ୍ରାୟ 24 ଘଣ୍ଟା ହେଲାଣି। ହେଲେ ଏଯାଏଁ ମୃତାହତଙ୍କ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିନାହିଁ ।


ଦୁର୍ଘଟଣା ଖବର ପ୍ରଚାର ହେବା ପରେ କାରଖାନା ମୁଖ୍ୟ ଫାଟକ ଆଗରେ ଜମିଥିଲା ଶହ ଶହ ଲୋକଙ୍କ ଭିଡ଼। ଶ୍ରମିକଙ୍କ ପରିବାରବର୍ଗ ପହଞ୍ଚିବା ପରେ ଫାଟକ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେମାନଙ୍କୁ ଦୁର୍ଘଟଣାସ୍ଥଳକୁ ଛାଡ଼ିବା ପାଇଁ ଲୋକେ ଦାବି କରିଥିଲେ । ତେବେ ଫାଟକ ଖୋଲା ନ ଯିବାରୁ ଲୋକେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ କାରଖାନା ଆଗରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ପହଞ୍ଚିଥିବା କାରଖାନା ଉପନିର୍ଦ୍ଦେଶକ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। 3 ଜଣ କର୍ମଚାରୀ ନିଖୋଜ ଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ 7 ଜଣ ଶ୍ରମିକ ନିଖୋଜ ଥିବା ସେମାନଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି । () ଆହତଙ୍କୁ କେଉଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଉନଥିବାରୁ ପ୍ରକାଶ ପାଇଛି ଅସନ୍ତୋଷ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Major accident in Dalmia cement factory: Rescue operation is going on for almost 24 hours | Argus News