Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍କଳ ନିର୍ମାଣର ଗର୍ଭାଶୟ ଫେରି ପାଇବ ହୃତଗୌରବ

Bikash Chandra Barik
Browse all articles by Bikash Chandra Barik
·1 year ago·2 min read
ଉତ୍କଳ ନିର୍ମାଣର ଗର୍ଭାଶୟ ଫେରି ପାଇବ ହୃତଗୌରବ

Key Points

ଉତ୍କଳ ନିର୍ମାଣର ଗର୍ଭାଶୟ ଫେରି ପାଇବ ହୃତଗୌରବ
ନାରୀ ବିକାଶର ଏନ୍ତୁଡ଼ିଶାଳ ନେବାକୁ ଯାଉଛି ନୂଆ ରୂପ
ମାଆ ପଢ଼ିଥିବା ସ୍କୁଲକୁ ଜୀବନ୍ତ ରୂପ ଦେଉଛନ୍ତି ପୁଅ
ଆସିଲା ଅନୁଦାନ, ନବ ଆକାଶର କୁଆଁତାରା ସାଜିବ ଅନୁଷ୍ଠାନ
ଗଢିଥିଲେ କୁଳବୃଦ୍ଧ, ବିକାଶର ନକ୍ସା ଆଙ୍କିଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ଜାତିପ୍ରଥାର ଯାତନାରେ ଜଳି ଅଭିଶପ୍ତର ଅଭିମାନ ଲେଖିଥିବା ସ୍ୱାଧୀନତା ସଂଗ୍ରାମୀ ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କୁ ଗଢ଼ିଛି ଏଇ ସ୍କୁଲ । ସପ୍ତଦଶୀରେ ସୁନା ହଜେଇ ନବ ଉତ୍କଳର ନେତୃତ୍ୱ ନେଇଥିବା ନାରୀ ଜାତିର ପୁରୋଧା ଲୌହ ମାନବୀ ନନ୍ଦୀନି ଶତପଥିଙ୍କୁ ଗଢ଼ିଛି ଏଇ ସ୍କୁଲ । ଲିଙ୍ଗଗତ ସମାନତା ପାଇଁ ଲଢି ନ୍ୟାୟ ଦେଉଥିବା ପୂର୍ବତନ ବିଧାୟିକା, ସାସଂଦ ସରସ୍ୱତୀ ପ୍ରଧାନଙ୍କୁ ଗଢ଼ିଛି ଏଇ ସ୍କୁଲ । ସ୍ୱର ରାଇଜରେ ନବ ଝଙ୍କାର ଭରି ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତରେ ପୁଲକ ପ୍ରସ୍ଫୁଟିତ କରିଥିବା ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ବି ଗଢିଛି ଏଇ ସ୍କୁଲ । ମାଆ ପଢିଥିବା ସ୍କୁଲକୁ ଅତିଥି ଭାବେ ଯାଇଥିଲେ ପୁଅ । ମନେ ପକାଇଥିଲେ ସେଦିନର ପୁରୁଣା ସ୍ମୃତି ।


ମାଆଙ୍କ ଏନସିସି କ୍ୟାଡେଡର ଫଟୋ ଆଜି ବି ଆଲବମରେ ଅଛି । ଗପ ଭିତରେ ଆପେ ମାଆ ଆଙ୍କି ଦିଅନ୍ତି ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଅତୀତ । କେବଳ ଏହା ଗୋଟିଏ ସ୍କୁଲ ନୁହେଁ, ଏହା ଓଡ଼ିଶା ନିର୍ମାଣର ଗର୍ଭାଶୟ । ଏହା ନାରୀ ବିକାଶର ଏନ୍ତୁଡିଶାଳ । ଇତିହାସ ଏ ସ୍କୁଲ ବିନା ଅଧୁରା । ନାରୀର ପାରଦର୍ଶିତା ଏ ବିଦ୍ୟାଳୟ ବିନା ଅଧଗଢା । ସେଥିପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଶିକ୍ଷାନୁଷ୍ଠାନର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ପ୍ରଦାନ କରିଛନ୍ତି ଆର୍ଥିକ ଅନୁଦାନ । ଆଉ ପ୍ରତି ମାତୃତ୍ୱ ସଂସ୍କାରର ଏହି ସ୍କୁଲ ଆଜି ନିଜେ ସାଜିବାକୁ ଯାଉଛି ନବ ଆକାଶର ଧ୍ରୁବ ତାରା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୬ ଡିସେମ୍ବର ୨୦୨୩ରେ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ । ନାରୀ ବିକାଶର ଏହି ଗର୍ଭାଶକୁ ମଥାନତ ହୋଇ ପ୍ରଣାମ କରିବା ସହ ପୁରୁଣା ଦିନକୁ ମନେ ପକାଇଥିଲେ । ଏମିତିକି ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସ୍କୁଲର ପୂନର୍ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଉ ବର୍ଷେ ପରେ ପ୍ରତିଶ୍ରୁତିକୁ ପ୍ରତିବଦ୍ଧତାର ସହ ପୂରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଷ୍ଟାର୍ସ ପ୍ରକଳ୍ପ ଅଧୀନରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରେଭେନସା ବାଳିକା ଉଚ୍ଚ ବିଦ୍ୟାଳୟ ପାଇଁ ମଞ୍ଜୁରୀ କରିଛନ୍ତି ୮୬.୯୧ କୋଟି ଟଙ୍କା ।


ନୂଆ ସ୍କୁଲ ଭବନ ପାଇଁ ୧୪ କୋଟି, ଇନଡୋର୍ ଷ୍ଟାଡିୟମ କିମ୍ବା ବହିମୁଖୀ ସଭାଗୃହ ପାଇଁ ୧୦ କୋଟି, ନୂଆ ହଷ୍ଟେଲ ପାଇଁ ୨୦.୭ କୋଟି, ସ୍କୁଲ ବିଲଡିଂ ପାଇଁ ୫.୧୨ କୋଟି ଖର୍ଚ୍ଚ କରାଯିବ। ସେହିପରି ସ୍କୁଲ ଭବନର ନବୀକରଣ ପାଇଁ ୩.୩୨ କୋଟି, ବିଦ୍ୟାଳୟ ଚାରିପାଖର ବିକାଶ ପାଇଁ ୬.୯୩ କୋଟି, ଷ୍ଟାଫ୍ କ୍ବାର୍ଟର, ସାଇସେଲ ଷ୍ଟାଣ୍ଡ ଓ ଆନୁସଙ୍ଗିକ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗୀତାରେ ଏହି ସ୍କୁଲର ବିକାଶ ଓ ନବୀକରଣ କାର୍ଯ୍ୟ ହେବ।

ହଜାରେ ବର୍ଷର ସହରରେ ବାଇମୁଣ୍ଡିର କଟକ ନେବାକୁ ଯାଉଛି ନୂଆ ରୂପ । କୁଳବୃଦ୍ଧ ମଧୁବାବୁଙ୍କ ହାତଗଢା ଏଇ ଅନୁଷ୍ଠାନ ଆଙ୍କିବାକୁ ଯାଉଛି ନୂତନ ଛବି । ନାରୀ ପ୍ରତିବଦ୍ଧତାର ପ୍ରେରଣାସ୍ତୂପ ପାଲଟିବାକୁ ଯାଉଛି ଉତ୍କର୍ଷର କୁଆଁତାରା...


Sponsored
Ministry of education sanctions Rs 86.91 cr for Ravenshaw Girls High School | Argus News