Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରେଳ ଭିତ୍ତିଭୂମିର ବିକାଶ ଉପରେ ମୋଦି ସରକାରଙ୍କ ଗୁରୁତ୍ୱ

Odisha

ରେଳ ଭିତ୍ତିଭୂମିର ବିକାଶ ଉପରେ ମୋଦି ସରକାରଙ୍କ ଗୁରୁତ୍ୱ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରେଳ ଭିତ୍ତିଭୂମିର ବିକାଶ ଉପରେ ମୋଦି ସରକାରଙ୍କ ଗୁରୁତ୍ୱ

Key Points

ରେଳ ଭିତ୍ତିଭୂମିର ବିକାଶ ଉପରେ ମୋଦି ସରକାରଙ୍କ ଗୁରୁତ୍ବ
ଓଡିଶାରେ ଆଇ ଏକ ରେଳ ମଣ୍ଡଳର ପଡିଳା ଭିତ୍ତି
ଭିତ୍ତିପ୍ରସ୍ତର ରଖି ଓଡିଶାକୁ ଓ ଦେଶକୁ ରେଳବାଇ କ୍ଷେତ୍ରରେ ମିଳିଥିବା ଲାଭର ହିସାବ ଦେଲେ ମୋଦି
ବିରୋଧୀଙ୍କ ଅଭିଯୋଗ ଓଡିଶାକୁ ହୋଇଛି ଅଧିକ କ୍ଷତି
ତଥ୍ୟ କହୁଛି ୟପିଏ ସମୟରେ ଓଡିଶାକୁ ମିଳୁଥିବା ବାର୍ଷିକ ହାରାହାରି 838 କୋଟି
ଏନଡିଏ ସମୟରେ ମିଳୁଛି ଅଧିକ 12 ଗୁଣ

ଅର୍ଗସ ବ୍ୟୁରୋ:  ଜମ୍ମୁ କଶ୍ମୀର, ଓଡ଼ିଶା ଓ ତେଲେଙ୍ଗାନା ପାଇଁ ବଡ଼ ଦିନ । ଜମ୍ମୁ କାଶ୍ମୀର ଓ ତେଲେଙ୍ଗାନାର ବିଭିନ୍ନ ପ୍ରକଳ୍ପ ସହ ରାୟଗଡ଼ା ରେଳ ଡିଭିଜନ୍ ର ଭିତ୍ତିପ୍ରସ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦି କହିଛନ୍ତି, ଏ ତିନି ରାଜ୍ୟର ବିକାଶ କହୁଛି, ଦେଶ ପାଦ ସହ ପାଦ ମିଳାଇ ଆଗକୁ ବଢୁଛି । ଏହା ହିଁ ସବକା ସାଥ୍ ସବକା ବିକାଶର ମନ୍ତ୍ର । ଯାହା ବିକଶିତ ଭାରତ ସଂକଳ୍ପରେ ବିଶ୍ବାସର ରଙ୍ଗ ଭରୁଛି । ଗତ କିଛି ବର୍ଷ ହେଲା ରେଳ ଭିତ୍ତିଭୂମିରେ ହୋଇଛି ଅନେକ ପରିବର୍ତ୍ତନ... 10 ବର୍ଷ ହିସାବ ରଖି ମୋଦି କହିଛନ୍ତି ଓଡିଶାରେ 70 ହଜାର କୋଟିର ରେଳ ପ୍ରକଳ୍ପ ଚାଲିଛି..7 ଟି ଗତି ଶକ୍ତି କାର୍ଗୋ ଟରମିନାଲ ହୋଇଛି.. ଯାହା ବ୍ୟବସାୟ, ରୋଜଗାର ସହ ପର୍ଯ୍ୟଟନର ବିକାଶରେ ବି ହୋଇଛି ସହାୟକ.. ଦକ୍ଷିଣ ଓଡିଶାର ଆଦିବାସୀ ଅଞ୍ଚଳରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ପ୍ରକଳ୍ପ ସହାୟକ ହେବ ବୋଲି କହିଛନ୍ତି ମୋଦି ।


ରାୟଗଡାରେ ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୦୭ କୋଟି....୧୨ହଜାର ବର୍ଗମିଟର କ୍ଷେତ୍ରରେ ନିର୍ମାଣ ହେବ ଏହି ମୁଖ୍ୟାଳୟ... ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ ଦୁଇଟି ଫ୍ଲୋର ରହିବ, ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ.... ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଇଁ ଆବାସ ନିର୍ମାଣ କରାଯିବ, ସୁଗମ ଯାତାୟାତ ପାଇଁ ସଡ଼କ ସଂଯୋଗକୁ ବିକଶିତ କରାଯିବା ସହ ଏହି ପ୍ରକଳ୍ପରେ ପର୍ଯ୍ୟାପ୍ତ ପରିମାଣର ଚଳପ୍ରଚଳ କ୍ଷେତ୍ର ଏବଂ ପାର୍କିଂ ସୁବିଧା ହେବ ।ଏହି ନୂତନ ରେଳ ଡିଭିଜନରେ ରହିବ ପ୍ରାୟ 84 ଟି ରେଳ ଷ୍ଟେସନ ... 560 କିଲୋମିଟର ରୁ ଅଧିକ ରେଳ ଧାରଣା ରେ ହେବ ଦୋହରି କରଣ
2019 ଜୁଲାଇରୁ ରାୟଗଡାକୁ ସ୍ବତନ୍ତ୍ର ଡିଭିଜନ ପାଇଁ ଦାବି ହୋଇ ଆସୁଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ରେଳବିକାଶକୁ ମୋଦି ସରକାରଙ୍କୁ ଗୁରୁତ୍ବ...ୟୁପିଏ ସମୟରେ ରେଳ ବଜେଟରେ ଓଡିଶାକୁ ମିଳୁଥିଲା ହାରାହାରି 838 କୋଟି... ତେବେ ଏନଡିଏ ଶାସନରେ ଏହା 12 ଗୁଣ ବଢିଛି... ଏଥର ରେଳ ବଜେଟରେ ଓଡିଶାକୁ ଆସିଛି 10586 କୋଟି... 2009-10ରେ ଆସିଥିଲା 657.6 କୋଟି, 2010-11ରେ ମିଳିଲା 900.3 କୋଟି, 2011-12ରେ 1100.3 କୋଟି,2012-13ରେ 719.3 କୋଟି, 2013-14ରେ 812 .5 କୋଟି ମିଳିଥିଲା । ତେବେ ଏନଡିଏ ସମୟରେ ବଢିଲା ରେଳ ଅନୁଦାନ- ...2014-15ରେ 1465 କୋଟି,15-16ରେ 3712 କୋଟି,16-17ରେ 4682 କୋଟି, 17-18ରେ 5102 କୋଟି, 18-19ରେ 5252 କୋଟି,2019-20ରେ 5993 କୋଟି,2020-21 6995 କୋଟି ଓ 2022-23ରେ ମିଳିଥିଲା9734 କୋଟି ଏଥରୁ 95 ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ସୁଚନା ଦେଇଛି ପୂର୍ବତନ ରେଳପଥ.। 2023-24ରେ ମିଳିଥିଲା 10ହଜାର12 କୋଟି । 24-25ରେ ଆସିଛି 10586 କୋଟି.. ଏଥର ବଜେଟରେ ଓଡିଶାକୁ ମିଳିଛି 6ଟି ରେଳପ୍ରକଳ୍ପ ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Modi government's emphasis on developing railway infrastructure | Argus News