Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡ଼ା ରେଳ ଡିଭିଜନ ବିଲ୍ଡିଂର ଶିଳାନ୍ୟାସ କଲେ ମୋଦୀ

Banajyotshna Ray
Browse all articles by Banajyotshna Ray
·1 year ago
ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡ଼ା ରେଳ ଡିଭିଜନ ବିଲ୍ଡିଂର ଶିଳାନ୍ୟାସ କଲେ ମୋଦୀ

ଅର୍ଗସ ବ୍ୟୁରୋ:  ରାୟଗଡ଼ା ରେଳ ଡିଭିଜନ ବିଲ୍ଡିଂର ହେଲା ଶିଳାନ୍ୟାସ। ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶିଳାନ୍ୟାସ କରିଛନ୍ତି। ରେଳ ପ୍ରକଳ୍ପର ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୧୦ ବର୍ଷ ଭିତରେ ରେଲୱେରେ ବିକାଶ ସମ୍ଭବ ହୋଇଛି। ସେ ଆହୁରି କହିଛନ୍ତି ଯେ, ୨୦୨୪ ବେଳକୁ ଦେଶରେ କେବଳ ୩୫% ବିଦ୍ୟୁତୀକରଣ ହୋଇଥିଲା।


ବର୍ତ୍ତମାନ ଆମ ଦେଶରେ ୧୦୦% ବିଦ୍ୟୁତୀକରଣ ସମ୍ଭବ ହୋଇଛି। ୧୦ ବର୍ଷ ଭିତରେ ୩୦ ହଜାର କିମି ରେଲୱେ ଟ୍ରାକ୍ ନିର୍ମାଣ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ଏକାଧିକ ରେଲୱେ ପ୍ରୋଜେକ୍ଟର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଜାମ୍ମୁ ରେଲୱେ ଡିଭିଜନ ଏବଂ ତେଲେଙ୍ଗାନାର ଚାର୍ଲପାଲି ଟର୍ମିନାଲ ଷ୍ଟେସନର ଉଦଘାଟନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Modi inaugurates foundation stone of Rayagada Railway Division building through video conferencing | Argus News