Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୂପାନ୍ତରୀକରଣ ନାଁରେ ରଙ୍ଗ ମାରି ଟଙ୍କା ଲୁଟ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ରୂପାନ୍ତରୀକରଣ ନାଁରେ ରଙ୍ଗ ମାରି ଟଙ୍କା ଲୁଟ୍

ଅର୍ଗସ ବ୍ୟୁରୋ: ଅବ୍ୟବସ୍ଥା ଘେରରେ ଚାଲିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ପିଲାମାନଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଫାଇବ୍‌-ଟି ଯୋଜନାରେ ରୂପାନ୍ତରିକରଣ କାର୍ଯ୍ୟହେଉଛି। ଏପଟେ ଶିକ୍ଷକ ଓ ଶ୍ରେଣୀଗୃହ ଅଭାବ ଶିକ୍ଷାଦାନ ପାଇଁ ବାଧକ ସାଜିଛି। ଫଳରେ ଅନିଶ୍ଚିତତାରେ ଗଢା ଚାଲିଛି ଶିଶୁଙ୍କ ଭବିଷ୍ୟତ । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଶଗଡପଟା ପଞ୍ଚାୟତ ହାଇସ୍କୁଲରେ ଉତ୍କଟ ଶିକ୍ଷକ ମରୁଡି ଦେଖିବାକୁ ମିଳିଛି। ଗତ ଛଅ ବର୍ଷରୁ ଅଧିକ ହେବ ସ୍କୁଲରେ ନାହାନ୍ତି ବିଜ୍ଞାନ ଓ ଗଣିତ ଶିକ୍ଷକ। ଫଳରେ ଉଭୟ ବିଷୟରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି ।


୧୯୮୯ରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୧୦୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ମାତ୍ର ସ୍କୁଲରେ ବିଜ୍ଞାନ ପଢାଇବା ପାଇଁ ନାହାନ୍ତି ଶିକ୍ଷକ। ସ୍କୁଲରେ ଥିବା ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠା ଯାଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ବିଦ୍ୟାଳୟରେ ଆଠ ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ପ୍ରଧାନଶିକ୍ଷକ, ଜଣେ ହିନ୍ଦୀ ଶିକ୍ଷକ ଓ ଜଣେ ଖେଳ ଶିକ୍ଷକରେ ଚାଲିଛି ଶିକ୍ଷାଦାନ । ଗତ ସରକାରରେ ୫ଟି ରୂପାନ୍ତରିକରଣ ନାଁରେ କେବଳ ରଙ୍ଗ ମାରି ସ୍କୁଲର ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଶିକ୍ଷକ ଅଭାବ ପୂରଣକୁ ଗୁରୁତ୍ବ ଦିଆଯାଇନଥିବା ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ଧରି ଶିକ୍ଷକ ସମସ୍ୟା ଯୋଗୁଁ ଅନ୍ଧାରକୁ ଠେଲି ହୋଇଯିବାକୁ ବସିଛି ପିଲାଙ୍କ ଭବିଷ୍ୟତ । ଶେଷରେ ଗ୍ରାମବାସୀ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
Money looted by painting in the name of conversion | Argus News