Videos
|
Odisha

୩୦୦ କେଜିରୁ ଅଧିକ ରୂପା ବ୍ୟବହାର କରାଯାଇଛି ମହାପ୍ରଭୁଙ୍କ ରତ୍ନ ପଲଙ୍କ ପାଇଁ

Banajyotshna Ray
Browse all articles by Banajyotshna Ray
·1 year ago
୩୦୦ କେଜିରୁ ଅଧିକ ରୂପା ବ୍ୟବହାର କରାଯାଇଛି ମହାପ୍ରଭୁଙ୍କ ରତ୍ନ ପଲଙ୍କ ପାଇଁ

ଅର୍ଗସ ବ୍ୟୁରୋ:  ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଆରମ୍ଭ ହେଲା ରୂପା ଛାଉଣୀ କାର୍ଯ୍ୟ। ପ୍ରଥମେ ପତିତପାବନଙ୍କ ନିକଟ ପଥରର ମଣିବନ୍ଧକୁ ରୂପା ଛାଉଣୀ କରାଯାଉଛି। ସିଂହଦ୍ବାର ଗୁମଟରେ ଯେଉଁଠି ଯମଶିଳା ରହିଛନ୍ତି ଠିକ୍ ତାର ଉପରି ଭାଗ ପଥର ବନ୍ଧ ଉପରେ ରୂପା ଛାଉଣୀ କରାଯାଉଛି। ସିଂହଦ୍ବାର ଗୁମୁଟ ବନ୍ଦ ଥିବା ସମୟରେ ଏହି କାର୍ଯ୍ୟ କରାଯାଇଛି। ଅନ୍ୟପଟେ ଭକ୍ତମାନଙ୍କର ଦାନ ଅର୍ଥେ ମିଳିଥିବା ପ୍ରାୟ ୩୦୦ କେଜିରୁ ଅଧିକ ରୂପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ପତିତପାବନ ମନ୍ଦିରକୁ ମଧ୍ୟ ଖୁବଶୀଘ୍ର ରୂପା ଛାଉଣୀ କରାଯିବ।


ତେବେ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ବିଭିନ୍ନ ଦ୍ବାରଗୁଡିକରେ ରୂପା ଛାଉଣୀ କରାଯାଇଥିଲା। ଶ୍ରୀମନ୍ଦିର ଭିତରେ 9ଟି ଦ୍ୱାରକୁ ପୂର୍ବରୁ ରୂପା ଛାଉଣୀ କରାଯାଇଥିବା ବେଳେ ଏବେ ଆରମ୍ଭ ହୋଇଛି ସିଂହଦ୍ଵାର ଗୁମୁଟର ରୂପା ଛାଉଣୀ କାର୍ଯ୍ୟ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: