|
logo
Live

Argus News - ସକାଳର ଖାସ ଖବର ସଂକ୍ଷେପରେ...

Odisha

ସକାଳର ଖାସ ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ସକାଳର ଖାସ ଖବର ସଂକ୍ଷେପରେ...

୧- ନବ ଦାସ ହତ୍ୟା ମାମଲାରେ ବଡ଼ ଟ୍ବିଷ୍ଟ… ନବ ହତ୍ୟା ଦିନ ପଛ ଗାଡ଼ିରେ ବି ବାଜିଥିଲା 5ଟି ଗୁଳି… ଷ୍ଟେଟ ଫରେନସିକ୍ ଲ୍ୟାବ ରିପୋର୍ଟରୁ ଖୁଲାସା… କାହିଁକି ଗୁଳି କଥା ଉଲ୍ଲେଖ କରିନଥିଲା କ୍ରାଇମବ୍ରାଞ୍ଚ ଉଠିଲା ପ୍ରଶ୍ନ… ନବଙ୍କ ରକ୍ତ ଭିଜା ସାର୍ଟ ଓ ଟାୱେଲ ଗାଏବ ହେବା ବି ବଢାଇଲା ସନ୍ଦେହ…
୨- ଆଜି ବି ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଚଢ଼ାଉ... ୨ୟ ଦିନରେ ସମ୍ବଲପୁର ସ୍ଥିତ ଘର ଓ ଅଫିସରେ IT ରେଡ୍… ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ଠିକାଦାରଙ୍କ ଘରେ ବି ରେଡ୍ ଜାରି... କାଲି ବି ଅନେକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ବିଭାଗ…
୩- ରାଜଗାଙ୍ଗପୁର ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର୍ ଭୁଶୁଡ଼ିବା ଘଟଣା… ଭଗ୍ନାବଶେଷ ତଳୁ ମିଳିଲା 2 ଶ୍ରମିକଙ୍କ ମୃତଦେହ… 36 ଘଣ୍ଟା ପରେ 2 ଶ୍ରମିକଙ୍କ ମୃତଦେହ ଉଦ୍ଧାର… ଅନ୍ୟ ଜଣେ ଶ୍ରମିକଙ୍କ ମିଳିନି ପତ୍ତା… ପ୍ଲାଣ୍ଟ ଗେଟ୍ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା...
୪- ଆଜି ପୁରୀ ଯିବେ ସିଙ୍ଗାପୁର ରାଷ୍ଟ୍ରପତି... ଐତିହ୍ୟ ଗ୍ରାମ ରଘୁରାଜପୁର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି ଥର୍ମାନ୍ ଶନମୁଗାରତ୍ନମ୍... ପଟ୍ଟଚିତ୍ର ଶିଳ୍ପୀଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ... ସୁରକ୍ଷା ଦାୟିତ୍ବରେ 21 ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଏସପି ରାଙ୍କ ଅଧିକାରୀ, 4 ଅତିରିକ୍ତ ଏସପି ହେବେ ମୁତୟନ...
୫- ସ୍ବାମିତ୍ବ ଯୋଜନାରେ ଭୂମିହୀନଙ୍କୁ ମିଳିବ ଜମି... ରାୟଗଡ଼ାରେ ଆଜି ଭୂମିହୀନଙ୍କୁ ଜାଗା ପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ... ଭିଡିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ... ଯୋଜନାରେ ସାମିଲ କରିଥିବାରୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ହିତାଧିକାରୀ...
୬- ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ... ଅଁଇଠାପାଲିରେ 9 ଦିନିଆ ପୁସ୍ତକମେଳାର ଉଦଘାଟନ କାର୍ଯ୍ୟକ୍ରମ... ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ... ଅଁଇଠାପାଲି ଜାଲାନ ଟାଓ୍ବାର ଏକ୍ସପ୍ରେଏନ୍ସ ସେଣ୍ଟର ଉଦଘାଟନ ସହ ବୁର୍ଲା ଷ୍ଟାଡିୟମରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ...
୭- ରାଜ୍ୟର ବିଭିନ୍ନ ସ୍ଥାନରେ ବିଦେଶାଗତ ପକ୍ଷୀଗଣନା ଆରମ୍ଭ... ଭିତରକନିକା, ଚିଲିକା, ବ୍ରହ୍ମଗିରି, ବଣାଇ, ସମ୍ବଲପୁରରେ ପକ୍ଷୀଗଣନା... ଚିଲିକାର ୫ଟି ରେଂଜରେ ୨୧ ଟିମ୍‌ ଦ୍ବାରା ପକ୍ଷୀ ଗଣନା ଜାରି… ବିଦେଶୀ ଓ ଦେଶୀ ପକ୍ଷୀଙ୍କ ଗଣନା ପାଇଁ ଗଣନାକାରୀଙ୍କୁ ଦିଆଯାଇଛି ସ୍ବତନ୍ତ୍ର ତାଲିମ୍...
୮- ଜାନୁଆରୀ ୨୦ରେ ସାରା ବିଶ୍ୱର ନଜର ଆମେରିକା ଉପରେ ରହିବ। ଏହି ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି। ପ୍ରବଳ ଥଣ୍ଡା ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବର ସ୍ଥାନ ମଧ୍ୟ ପରିବର୍ତ୍ତନ ହୋଇଛି.....ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ସୋମବାର ୟୁଏସ୍‌ କ୍ୟାପିଟାଲ ଭିତରେ ହେବ
୯-ସଡ଼କ ଦୁର୍ଘଟଣାରେ ଟିଭି ଅଭିନେତା ଅମନ ଜୟସୱାଲଙ୍କ ମୃତ୍ୟୁ, ସିରିୟଲ ‘ଧରତୀପୁତ୍ର ନନ୍ଦିନୀ’ରେ କରିଥିଲେ ଲିଡ୍ ରୋଲ୍.....ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା
୧୦- ଭାରତୀୟ ଟିମ୍‌ର ଯୁବ ଷ୍ଟାର୍ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଛି....ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁଙ୍କ ନିର୍ବନ୍ଧ ସରିଥିବା ମିଡିଆ ରିପୋର୍ଟରେ ଦାବି କରାଯାଉଛି । ଖୁବଶୀଘ୍ର ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜ ବିବାହ ବନ୍ଧନରେ ବାନ୍ଧି ହେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସକାଳର ଖାସ ଖବର ସଂକ୍ଷେପରେ... | Argus News