କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ସ୍ଵାକ୍ଷର ହେବ MoU

କେନ୍ଦୁଝର : କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ସ୍ଵାକ୍ଷର ହେବ MoU । ଭୁବନେଶ୍ଵରରେ ଉତ୍କର୍ଷ ଓଡ଼ିଶା ନିବେଶକ ସମ୍ମିଳନୀରେ ହେବ MoU । MoU ନେଇ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ଆସନ୍ତା 28 ଓ 29ରେ ହେବ ଉତ୍କର୍ଷ ଓଡ଼ିଶା ନିବେଶକ ସମ୍ମିଳନୀ । JSW ଏବଂ ପୋସ୍କୋ ମିଳିତ ଭାବେ କରିବେ ମେଗା ଷ୍ଟିଲ୍ ପ୍ଲାଣ୍ଟ । ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝରରେ ବୃହତ୍ ଷ୍ଟିଲ୍ କାରଖାନା ନିର୍ମାଣ ହେବ। କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେବ ବୋଲି ପୁଣି ଥରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି କାରଖାନା ପାଇଁ ଚଳିତ ମାସ ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା’ କନ୍କ୍ଲେଭ୍ରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇପାରେ।
ଏହି କାରଖାନା ନିର୍ମାଣ ପାଇଁ ୬୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ଫଳରେ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ନିଯୁକ୍ତି ମିଳିବ। କେନ୍ଦୁଝରରେ ମେଗା ଷ୍ଟିଲ୍ କାରଖାନା ପ୍ରତିଷ୍ଠା ସମ୍ପର୍କରେ ପ୍ରଥମେ ଗତବର୍ଷ ନଭେମ୍ବର ୧ ତାରିଖରେ ପ୍ରଥମେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ। କିଛି ମାସ ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶାର ରୋଡ୍ ସୋ’ର ଆୟୋଜନ ହୋଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଞ୍ଜି ନିବେଶ ପାଇଁ ସିଙ୍ଗାପୁର ଗସ୍ତ କରିଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେ ଯୋଗ ଦେଇଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ସହିତ ଆଲୋଚନା କରିଥିଲେ। ସେମାନେ କେନ୍ଦୁଝରରେ ଷ୍ଟିଲ କାରାଖାନା କରିବାକୁ ଆଗ୍ରହ ପ୍ରକାଶ କରିଥିବା ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ସୂଚନା ପ୍ରଦାନ କରିଛନ୍ତି।