ଶ୍ରୀମନ୍ଦିରର ଅଖଣ୍ଡ ପ୍ରହରୀ: ନାଗା ସନ୍ୟାସୀ

Key Points
ଅତୀତରେ ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଥିଲା
ମନ୍ଦିର ଚାରିପାଖରେ ସୁରକ୍ଷା ବଳୟ ତିଆରି କରି ମନ୍ଦିର, ଶ୍ରୀକ୍ଷେତ୍ର ଓ ଭଗବାନ ଜଗନ୍ନାଥଙ୍କୁ ରକ୍ଷା କରୁଥିଲେ
ଏହି ନାଗା ସନ୍ୟାସୀମାନେ ଭାରତର ବିଭିନ୍ନ ଅଞ୍ଚଳରୁ ପୁରୀକୁ ଆସୁଥିଲେ
ସେମାନେ ଶ୍ରୀମନ୍ଦିର ଓ ରଥଯାତ୍ରାର ସୁରକ୍ଷା ପାଇଁ ଆସୁଥିଲେ
ମନ୍ଦିର ଚାରିପାଖରେ ସୁରକ୍ଷା ବଳୟ ତିଆରି କରି ମନ୍ଦିର, ଶ୍ରୀକ୍ଷେତ୍ର ଓ ଭଗବାନ ଜଗନ୍ନାଥଙ୍କୁ ରକ୍ଷା କରୁଥିଲେ।
ଅତୀତରେ ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଥିଲା। ସେତେବଳେ, ବର୍ତ୍ତମାନ ପରି ପୋଲିସ ବା ଆଧୁନିକ ସୁରକ୍ଷା ବ୍ୟବସ୍ଥା ନଥିଲା। ଏହି ନାଗା ସନ୍ୟାସୀମାନେ ହିଁ ସୁରକ୍ଷା ବଳୟ ସୃଷ୍ଟି କରି ଶ୍ରୀ ମନ୍ଦିର, ଶ୍ରୀ କ୍ଷେତ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ। ଏହି ଜରୁରୀ ସମୟରେ, ଭାରତର ବିଭିନ୍ନ ଅଞ୍ଚଳରୁ ନାଗା ସନ୍ୟାସୀମାନେ ପୁରୀକୁ ଆସୁଥିଲେ।ନାଗା ସନ୍ୟାସୀମାନେ କେବଳ ଦର୍ଶନ କରିବା କିମ୍ବା ଭକ୍ତି ନିବେଦନ କରିବା ପାଇଁ ଆସୁନଥିଲେ, ସେମାନେ ଶ୍ରୀମନ୍ଦିର ଓ ରଥଯାତ୍ରାର ସୁରକ୍ଷା ପାଇଁ ଆସୁଥିଲେ।
ମନ୍ଦିର ଚାରିପାଖରେ ସୁରକ୍ଷା ବଳୟ ତିଆରି କରି ମନ୍ଦିର, ଶ୍ରୀକ୍ଷେତ୍ର ଓ ଭଗବାନ ଜଗନ୍ନାଥଙ୍କୁ ରକ୍ଷା କରୁଥିଲେ।
📱 Get Argus News App
✨ନାଗା ସନ୍ୟାସୀମାନେ ଏକ ସ୍ଥାନରେ ଏକାଠି ହେଲେ, ଏହାକୁ ‘ଜମାତ’ ବୋଲି କୁହାଯାଏ। ଏହି ସମ୍ପ୍ରଦାୟ ଭିତରେ ବହୁତ ବୈଷ୍ଣବ ଥାନ୍ତି, ଯାହାକୁ ରାମାଉତ ବା ଉତ୍ତର ଭାରତରେ ‘ରାମାଉତି’ ବି କୁହାଯାଏ।ନାଗା ସନ୍ୟାସୀମାନେ ଅତୀତରେ ଶ୍ରୀମନ୍ଦିର ଓ ରଥଯାତ୍ରାକୁ ଆକ୍ରମଣରୁ ବଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ।