ନବୀନ ଗଲେ ମୋହନ ଆସିଲେ

ଅର୍ଗସ ବ୍ୟୁରୋ: ଫେବୁଆରୀ 7 2016, ପାରାଦ୍ବୀପରେ ଇଣ୍ଡିଆନ ଅଏଲର ତୈଳ ବିଶୋଧନାଗାରକୁ ଦେଶ ଉଦ୍ଦେଶ୍ୟରେ ସର୍ମପିତ କଲେ ପ୍ରଧାନମନ୍ତ୍ରୀ ମୋଦି.. ସେଦିନ ମଞ୍ଚରେ ମୋଦି କହିଥିଲେ ପାରାଦ୍ବୀପ ହେବ ପୂର୍ବୋଦୟ ମିଶନର ବିକାଶ ଦୀପ । ଏହା ଭିତରେ 61 ହଜାର କୋଟି ଟଙ୍କାରେ ପାରାଦ୍ବୀପରେ ପୁଣି ଆରମ୍ଭ ହେଉଛି ପେଟ୍ରୋ କେମିକାଲ୍ କଂପ୍ଲେକ୍ସ... ଅଏଲ ରିଫାଇନାରା ସହ ପେଟ୍ରୋକେମିକାଲସ କଂପ୍ଲେକସ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଥିଲା ବଡ ଉଦ୍ୟମ.. ରିଫାଇନାରୀ ତ ହେଲା ହେଲେ ପେଟ୍ରୋ କେମିକାଲ କଂପ୍ଲେକସ ଓ ଅନ୍ୟ ପ୍ରକଳ୍ପ ପାଇଁ ବାଧା ସୃଷ୍ଟି କରୁଥିଲେ ବିଜେଡି ସରକାର.. ଡବଲ ଇଂଜନ ସରକାର ଆସିବା ପରେ ଏବେ ଏ ନେଇ ବାଟ ଫିଟିଛି... ଖୁବ ଶିଘ୍ର ପେଟ୍ରୋକେମିକଲା କଂପ୍ଲେକସ ହେବ ବୋଲି ପାରାଦ୍ବୀପରେ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେବଳ ପେଟ୍ରୋ କେମିକାଲ କଂପ୍ଲେକସ ନୁହେଁ ତିର୍ତ୍ତୋଲରେ ବନ୍ଦ ପଡିଥିବା ସୁତାକଳର ପୁନରଉଦ୍ଦାର ପାଇଁ ବି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ..ଇଣ୍ଡିଆନ ଅଏଲ ଓ ଏମସିପିଆଇର ପ୍ରଚେଷ୍ଟାରକେ ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ 4382 କୋଟି ଖର୍ଚ୍ଚ ହେବ ବୋଲି କହିଛନ୍ତି ମନ୍ତ୍ରୀ.. ବିଜେଡି ସରକାରରେ ସରକାରୀ ସୁବିଧା କେବଳ ନେତା ଓ ସେମାନଙ୍କ ସମର୍ଥକଙ୍କୁ ମିଳୁଥିଲା.. ତେବେ ଏ ସମୟ ଶେଷ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ... ଡବଲ ଇଂଜିନ ସରକାରରେ ଗରିବ, ମହିଳା, ଯୁବ, ଚାଷୀ, ପଛୁଆ ଓ ଜନଜାତିଙ୍କୁ ଦିଆଯାଉଛି ଅଗ୍ରାଧିକାର.. ଯେଉଁମାନେ ଲୁଣି ପାଣିରେ ପଦ୍ମ ଫୁଟିବ ନାହିଁ କହୁଥିଲେ ସେମାନଙ୍କୁ କଟାକ୍ଷ କରି ପାରାଦ୍ବୀପ ମାଟିରେ କଡା ଜବାବ ଦେଇଛନ୍ତି ଧର୍ମେନ୍ଦ୍ର ।
📱 Get Argus News App
✨ସଂନ୍ଧ୍ୟାରେ ପାରାଦ୍ବୀପ ପ୍ଲାଷ୍ଟିକ ପାର୍କରେ ଏକ ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.. 2021ରେ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ଇଣ୍ଡିଆନ ଅଏଲ ସହ ଇଡକୋ ମଧ୍ୟରେ ଚୁକ୍ତିନାମା ହୋଇଥିଲା.. ପ୍ଲାଷ୍ଟିକ ପାର୍କରେ 500 କୋଟି ଟଙ୍କା ବିନିଯୋଗରେ 26 ଟି ୟୁନିଟ ପ୍ରତିଷ୍ଠା ହେବାର ଥିଲା.. ପ୍ରତ୍ୟକ୍ଷ ଓ ପରୋକ୍ଷରେ 6000 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାନ୍ତା..ତେବେ କାଳେ ମୋଦି- ଧର୍ମେନ୍ଦ୍ର ନାଁ ନେଇଯିବେ ପାରାଦ୍ବୀପରେ ପ୍ରସ୍ତାବିତ ପ୍ରକଳ୍ପ ବାଟରେ ପ୍ରତିବନ୍ଧକ ସାଜିଥିଲ ବିଜେଡି ସରକାର। ପାରାଦୀପ ହେବ ପୂର୍ବୋଦୟର ପ୍ରୟୋଗଶାଳା । ଆସନ୍ତା କାଲି ଆଇଓସିଏଲର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ... ଏଥିରେ ଆଇଓସିଏଲର ପ୍ରୟାସରେ ଓଡିଶାରେ ଚାଲିଥିବା ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇପାରେ...