Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭଦ୍ରକ ହିଂସା : ଜବାବ ଦେଇ ବିଜେଡି ମୁହଁ ବନ୍ଦ କଲା ବିଜେଡି

Odisha

ଭଦ୍ରକ ହିଂସା : ଜବାବ ଦେଇ ବିଜେଡି ମୁହଁ ବନ୍ଦ କଲା ବିଜେଡି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ଭଦ୍ରକ ହିଂସା : ଜବାବ ଦେଇ ବିଜେଡି ମୁହଁ ବନ୍ଦ କଲା ବିଜେଡି

Key Points

  • ଭଦ୍ରକ ହିଂସା ପାଇଁ ବିଜେଡି ଦାୟୀ
  • ଅଶାନ୍ତି ଲାଗି ଷଡଯନ୍ତ୍ର କରିଥିଲା ବିଜେଡି
  • କ୍ଷମତାରୁ ଯିବା ପରେ ଦଙ୍ଗା ପାଇଁ ପ୍ଲାନ କରୁଛି ବିଜେଡି !

ଅର୍ଗସ ବ୍ୟୁରୋ: କ୍ଷମତାରୁ ଯିବା ପରେ ସାମ୍ପ୍ରଦାୟିକ ଦଙ୍ଗା କରିବାକୁ ଚେଷ୍ଟା କରୁଛି କି ବିଜେଡି ? ବିଜେପି ଶାସନରେ ସରକାରଙ୍କୁ ବଦନାମ କରିବାକୁ ଭଦ୍ରକ ହିଂସା ଷଡ଼ଯନ୍ତ୍ର ? କିଛି ଏମିତି ଚର୍ଚ୍ଚା ଭିତରେ ବିଜେପି ଶାସନରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି ବୋଲି ବିଜେଡିର ଅଭିଯୋଗ ପରେ ବିଜେପି ପାଲଟା ପ୍ରତିକ୍ରିୟା ରଖିଛି । କହିଛି,  ଭଦ୍ରକରେ ଅଶାନ୍ତି ପାଇଁ ବିଜେଡି କରିଥିଲା ଷଡ଼ଯନ୍ତ୍ର । କ୍ଷମତାରୁ ଯିବା ପରେ ସାଂପ୍ରଦାୟିକ ଦଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି ନବୀନ । 

ସାମାନ୍ୟ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା । ପୋଲିସକୁ ମାଡ଼ ମରାଯିବା ସହିତ ତହସିଲଦାରଙ୍କ ଗାଡିକୁ ବି ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକେ । ସ୍ଥିତି ଅଣାୟତ୍ତ ହେବାରୁ ୧୬୩ ଲାଗୁ କରାଯାଇଥିଲା । ଠିକ୍‌ ସମୟରେ ଉଚିତ୍‌ ପଦକ୍ଷେପ ପାଇଁ ବଡ଼ ହିଂସା ରୋକିପାରିଥିଲେ ରାଜ୍ୟ ସରକାର । ସ୍ଥିତି ସ୍ଵାଭାବିକ କରିବାକୁ ସରକାର, ପ୍ରଶାସନ ସମସ୍ତେ ଏକ ହୋଇଥିଲେ । ଏମିତିକି ଖୋଦ ପୋଲିସ ଡିଜିପି ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ହେଲେ ବିଜେଡି କିନ୍ତୁ ଏହି ହିଂସାକୁ ନେଇ ରାଜନୀତି କଲା । ଯାହାର ଜବାବ ରଖିଛି ବିଜେପି । ଖାଲି ଜବାବ ରଖିଛି ତାହା ନୁହେଁ ବରଂ ୨୪ ବର୍ଷ ଶାସନରେ ହିଂସାକାଣ୍ଡର ପ୍ରମାଣ ରଖି ବିଜେଡିକୁ ଚୁପ କରିଛି ବିଜେପି । ଜିଲ୍ଲା ସମୀକ୍ଷା ନାଁରେ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ପାଈଁ ଷଡଯନ୍ତ୍ର କରୁଛନ୍ତି ନବୀନ । କ୍ଷମତାରୁ ଯିବା ପରେ ସାଂପ୍ରଦାୟିକ ଦଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି ନବୀନ ।  

୨୪ ବର୍ଷ ହେଲା ରାଜ୍ୟରେ ବିଜେଡି ସରକାର ଥିଲା । ହେଲେ ଆଇନଶୃଙ୍ଖଳା କେମିତି ବିପର୍ଯ୍ୟସ୍ତ ହୋଇଥିଲା ତାହା ଉଣାଅଧିକେ ଆମ ସମସ୍ତଙ୍କୁ ଜଣା । କିନ୍ତୁ ଏବେ ସେମାନେ ଭଦ୍ରକ ହିଂସାକୁ ନେଇ ଯେଉଁପରି ଭାବରେ ଘେରୁଛନ୍ତି ତାହା ହାସ୍ୟାସ୍ପଦ । ବିଜେପି ଅଭିଯୋଗ କରିଛି,  କନ୍ଧମାଳ ଦଙ୍ଗା, ୨୦୧୭ ଭଦ୍ରକ ହିଂସା, ସମ୍ବଲପୁର ହିଂସା ବେଳେ ମୁଖ୍ୟମନ୍ତ୍ରୀ କିଏ ଥିଲେ ନବୀନ ବାବୁ ଭାବନ୍ତୁ ବୋଲି କହିଛି ବିଜେପି । କନ୍ଧମାଳ ଦଙ୍ଗାର ଯିଏ ମୁଖ୍ୟ ଅଭିଯୁକ୍ତ ସିଏ ବିଜେଡିର ରାଜ୍ୟସଭା ସାଂସଦ । କମିଶନ ତଦନ୍ତ ରିପୋର୍ଟ କାହିଁକି ଚାପି ରଖିଲେ. ନବୀନ ବାବୁ ତାହା ସ୍ପଷ୍ଟ କରନ୍ତୁ ବୋଲି ବିଜେପି କହିଛି । ଭଦ୍ରକରେ ଏବେ ଯାଏଁ ଗିରଫ ହୋଇଥିବା ଅଭିଯୁକ୍ତ ବିଜେଡିର ଆଗ ଧାଡ଼ିର ସଦସ୍ୟ । ତେଣୁ ଭଦ୍ରକ ହିଂସା ପଛରେ ବିଜେଡିର ହାତ ଥିବା ଅଭିଯୋଗ କରିଛି ବିଜେପି।  ଠିକଣା ସମୟରେ ଯଦି ବିଜେପି ସରକାର କଡା ପଦକ୍ଷେପ ନେଇନଥାନ୍ତେ ସ୍ଥିତି ଆଉଟ ଅଫ କଂଟ୍ରୋଲ ହୋଇଥାନ୍ତା ।   ଭଦ୍ରକରେ ହିଂସା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ଡିଜି । ପ୍ରଥମେ ଧାମନଗର ପରେ ଭଦ୍ରକ ଯାଇ ସ୍ଥିତି ପରଖିଛନ୍ତି ଡିଜିପି ୱାଇବି ଖୁରାନିଆ। ସେ କହିଛନ୍ତି, 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

-ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, 
-ଅଯଥା କମେଣ୍ଟ କରନ୍ତୁନି । 
-ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ ।  
-ପରିସ୍ଥିତିକୁ ଲକ୍ଷ୍ୟ କରି ଇଣ୍ଟରନେଟ୍ ଓ ୧୬୩ ଧାରା ଅବଧି ବଢ଼ାଇ ଦିଆଯାଇପାରେ 
-ହିଂସାକାଣ୍ଡ ଘଟଣାରେ 8ଟି ମାମଲା ରୁଜୁ ହୋଇଛି 
-ମୋଟ ଗିରଫ ସଂଖ୍ୟା 33ରେ ପହଞ୍ଚିଛି ।
-ପୁରୁଣା ବଜାର ଅଞ୍ଚଳ ସହିତ ଧାମନଗର NAC ଅଞ୍ଚଳରେ 163 ଧାରା ଜାରି ରହିଛି
-ଇଣ୍ଟରନେଟ ସେବା ମଧ୍ୟ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବନ୍ଦ ରହିଛି
-ପୁରୁଣା ବଜାର ଓ ଧାମନଗରରେ 18 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
-ଦୁଇ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୃତୟନ
-ହିଂସା ଘଟଣାରେ ଯେଉଁ ମାନେ ଦୋଷୀ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ

ସେପଟେ, ଜିଲ୍ଲାପାଳ କହିଛନ୍ତି ଜିଲ୍ଲାରେ ଶାନ୍ତି ବଜାୟ ରହିଛି । ଖୁବଶୀଘ୍ର ଜିଲ୍ଲାରେ ଇଣ୍ଟରନେଟ ସେବା ଦେବା ଉପରେ ଆଲୋଚନା ଚାଲିଛି ।  ଜିଲ୍ଲାରେ କେହି ମିଥ୍ୟା ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି ।

 

Sponsored
Naveen Patnaik | Argus News