Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କର୍ଲାପାଣିରେ ନେଟୱାର୍କ ସାତ ସପନ

Odisha

କର୍ଲାପାଣିରେ ନେଟୱାର୍କ ସାତ ସପନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କର୍ଲାପାଣିରେ ନେଟୱାର୍କ ସାତ ସପନ

Key Points

ଉପାନ୍ତ କର୍ଲାପାଣିରେ ନେଟୱାର୍କ ସାତ ସପନ
ବର୍ଷ ବର୍ଷ ଧରି ନେଟୱାର୍କ ସେବାରୁ ବଞ୍ଚିତ ଆଦିବାସୀ
ନେଟୱାର୍କ ପାଇଁ ଗଛ ଉପରେ ଲୋକେ
ସମସ୍ୟା ପ୍ରତି ପଡୁନି ନେତା କି ପ୍ରଶାସନର ନଜର
ଶୀଘ୍ର ଟାୱାର ବସାଇବାକୁ ଦାବି

ଅର୍ଗସ ବ୍ୟୁରୋ:  ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘଣ୍ଟିଗୁଡ଼ା ପଞ୍ଚାୟତର ଉପାନ୍ତ କର୍ଲାପାଣି । ଫାଇଭ-ଜି ଯୁଗରେ ଏମାନଙ୍କ ପ୍ରମୁଖ ସମସ୍ୟା ହେଉଛି ନେଟୱାର୍କ l ଗାଁରେ କି ଆଖ ପାଖରେ କୌଣସି ନେଟୱାର୍କ ଆସେନି । କିଏ ଗଛ ଉପରେ ଚଢ଼ି ନେଟୱାର୍କ ଖୋଜେ ତ କିଏ ଛାତ ଉପରୁକୁ ଯାଇ ନେଟୱାର୍କ ଖୋଜେ । ଏପରି ନେଟୱାର୍କ ଖୋଜା ନିତିଦିନିଆ ଅଟେ । ଜରୁରୀ କାଳୀନ ସମୟରେ ହେଉକି ପାଠ ପଢା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ବାସିନ୍ଦା ।


ଗାଁ ଲୋକଙ୍କ ପାଖରେ ମୋବାଇଲ ଅଛି ହେଲେ ନେଟୱାର୍କ ନାହିଁ l ଦୀର୍ଘ ବର୍ଷ ହେଲା କର୍ଲାପାଣିରେ ଟାୱାର ସ୍ଥାପନ କରି ନେଟୱାର୍କ ସୁବିଧା କରିବାକୁ ଦାବୀ ହେଲେ ବି ଫଳ ଶୂନ l ପ୍ରଶାସନ କି ନେତାଙ୍କ ନଜର ପଡୁନି l ଗାଁରେ ନେଟୱାର୍କ ସମସ୍ୟା ଯୋଗୁଁ ଗାଁରେ ଜନସେବା କେନ୍ଦ୍ର କି ଅନଲାଇନ ସେଣ୍ଟର ହୋଇ ପାରୁନି l ଫଳରେ ଅନଲାଇନ ଭଲି ବିଭିନ୍ନ କାମ ପାଇଁ ନିକଟସ୍ଥ ଗାଁ କିମ୍ବା ସିନାପାଳି ସହରକୁ ଯାଉଛନ୍ତି ଏଠାକାର ଲୋକେ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Network failure in Kalapani | Argus News