ଗାଁରେ ମିଳୁନି ନେଟୱାର୍କ ସେବା

ଅର୍ଗସ ବ୍ୟୁରୋ: ଆଜିର ଯୁଗରେ ନେଟୱର୍କ ବିନା ଚଳିବା ବହୁତ କଷ୍ଟ । କାରଣ ଅଫିସ କାମ ଠାରୁ ଆରମ୍ଭ କରି ପେମେଣ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ଅନଲାଇନରେ ହେଉଛି । କିନ୍ତୁ ଆଜି ବି ଏଭଳି କିଛି ଗାଁ ରହିଛି ଯେଉଁଠି ଲୋକଙ୍କୁ ଟିକେ ନେଟୱାର୍କ ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡୁଛି । ଟିକେ ଫୋନରେ କଥା ହେବା ପାଇଁ କିମ୍ବା ଅନଲାଇନ୍ କାମ ପାଇଁ କିଏ ତ ଗଛ ଉପରେ ଚଢ଼ୁଛି ତ କିଏ ଛାତ ଉପରକୁ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋକସରା ବ୍ଲକ ଖଲିଗଡଗାଁରେ।
ଶାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି ଗାଁ । ଖଲିଗଡ ସାହି ରାସ୍ତାଦେଇ ଡୋକରିଚଂଚରା ଗୁଡହାଣ୍ଡି ଯିବାକୁ ପଡେ । ଟେଲିଫୋନ ସେବା ପାଇଁ ଗାଁରେ ଟାୱାର ଲାଗିଛି ସତ ମାତ୍ର ତାହା ଅଚଳ। ନେଟୱର୍କ ପାଇଁ ଲୋକଙ୍କୁ ୩ କିମି ଦୂର ବାଟକୁ ଯିବାକୁ ପଡେ ।
📱 Get Argus News App
✨ନଚେତ ଗଛ ଉପରେ ବିପଦ ପୂର୍ଣ୍ଣ ଭାବରେ ଚଢି ନେଟୱାର୍କ ଖୋଜି ଫୋନ କରିବାକୁ ପଡିଥାଏ । ତାହା ପୁଣି କେତେବେଳେ ଆସିଲେ କେତେବେଳେ ନାହିଁ। ମୋବାଇଲ୍ ଫୋନ୍ ସେବା ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହେଲାଣି। ସରକାରଙ୍କର ବହୁ ସେବା ଅନ୍ଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବାରୁ ମୋବାଇଲ୍ ଫୋନ୍ ସମସ୍ତଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ତେବେ ଟାୱାର ପୋତା ହୋଇବି ନେଟୱର୍କ ନଆସିବା ନିଶ୍ଚିତ ଭାବେ ଚିନ୍ତାର କାରଣ।
