Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପଦବୀ ଚାଲିଯିବା ଭୟରେ ବିଜେଡିର ନୂଆ ଡ୍ରାମା

Odisha

ପଦବୀ ଚାଲିଯିବା ଭୟରେ ବିଜେଡିର ନୂଆ ଡ୍ରାମା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପଦବୀ ଚାଲିଯିବା ଭୟରେ ବିଜେଡିର ନୂଆ ଡ୍ରାମା

Key Points

ପୁଣି ବିଜେଡିର ନୂଆ ଡ୍ରାମା
ପଦବୀ ଚାଲିଯିବା ଭୟରେ ଅରମ୍ଭ ହେଲା ନୂଆ ଡ୍ରାମା
ପ୍ରଥମେ କହିଲେ ଇପ୍ସିତା ମୋ ସାଢ଼ି ଚିରିଦେଲା
ଏବେ କହୁଛନ୍ତି କିଛି ହେଇନି

ଅର୍ଗସ ବ୍ୟୁରୋ:  ରାଜ୍ୟ ରାଜନୀତିରେ ଏବେ ବିଜେଡି ଡ୍ରାମା ଦେଖିଲା ଭଳି । ଟିଭି ସିରିଏଲରେ ଯେମିତି ଏପିସୋଡ ସହ ଚରିତ୍ର ବଦଳିଯାଏ, ଠିକ୍‌ ସେମିତି ଏଠି ମଧ୍ୟ ନେତା ବଦଳିଯାଉଛନ୍ତି । ଶଙ୍ଖ ଭବନରେ ନାରୀ ନେତ୍ରୀଙ୍କ ଚାପୁଡ଼ା ମରା ଭିଡିଓ ଖୁବ୍‌ ଭାଇରାଲ ହେଲା । ତାପରେ ଚାପୁଡ଼ା ମାରିଥିବା ନାରୀ ନେତ୍ରୀ, ଇସ୍ପିତାଙ୍କ ନାଁରେ ଆଣିଲେ ସଙ୍ଗିନ ଅଭିଯୋଗ । କହିଲେ ସେ ମୋ ବ୍ଲାଉଜ ଝିଙ୍କିଥିଲା... ସାଢ଼ି ଚିରି ଥିଲା । ହେଲେ ଏବେ କହୁଛନ୍ତି ନା ସେମିତି କିଛି ହୋଇନି । ଥରେ ଦେଖନ୍ତୁ... ପ୍ରଥମେ କ'ଣ କହିଥିଲେ .. ଆଉ ତାପରେ କ'ଣ କହିଲେ...।

ଦେଖିଲେ ତ ? ଏବେ ପ୍ରଶ୍ନ ଉଠୁଛି ହଠାତ୍ କାହିଁକି ପରିବର୍ତ୍ତନ ? କାହିଁକି ନିଜ ମତ ବଦଳାଇଲେ ଜଣେ ନେତ୍ରୀ ? କାହା ଭୟରେ ଏମିତି କଲେ ? ଇପ୍ସିତା ମଧ୍ୟ ସବୁ ଭୁଲି କହିଲେ ଏହା ଆମ ପରିବାରର କଥା । ଆଉ ଏହାକୁ ଏକ ଦୁର୍ଘଟଣା ବୋଲି ମଧ୍ୟ କହିଲେ ।

ବିଶେଷ ସୂତ୍ରରୁ ଜଣାପଡ଼ିଛି , ପଦବୀ ଯିବା ଭୟରେ ମତ ବଦଳାଇଛନ୍ତି ଉଭୟ ନେତ୍ରୀ । ପ୍ରଥମେ ଇପ୍ସିତାଙ୍କ ଦ୍ବାରା ପୁଷ୍ପାଞ୍ଜଳି ଅପମାନିତ ହେଲେ କିନ୍ତୁ ସେନେଇ କୌଣସି ଭିଡିଓ ସାମ୍ନାକୁ ଆସିଲା ନାହିଁ । ହେଲେ ପୁଷ୍ପାଞ୍ଜଳି ଇପ୍ସିତାଙ୍କୁ ଚାପୁଡ଼ା ମରୁଥିବା ଭିଡିଓ ଖୁବ ଭାଇରାଲ ହେଲା । ତାପରେ ପୁଷ୍ପାଞ୍ଜଳି ଗଣମାଧ୍ୟମରେ ଇପ୍ସିତାଙ୍କ ଉପରେ ଖୁବ୍ ବର୍ଷିଲେ । କିନ୍ତୁ ପରେ ଉଭୟ ନେତ୍ରୀ ମନରେ ଅସନ୍ତୋଷକୁ ଚାପି କ୍ୟାମେରା ଆଗରେ କହିଲେ କିଛି ହୋଇନି । କାରଣ ଯଦି ପୁଷ୍ପାଞ୍ଜଳି ନିଜ ଜିଦ୍‌ରେ ଅଟଳ ରହିଥାନ୍ତେ ତେବେ ଇପ୍ସିତାଙ୍କ ଦଳୀୟ ମୁଖପାତ୍ର ପଦବୀ ବିପଦରେ ପଡ଼ିଥାନ୍ତା । ଯେଉଁଥିପାଇଁ ଇପ୍ସିତା ନିଜ ଆଡ଼ୁ ପୁଷ୍ପାଞ୍ଜଳିଙ୍କ ସହ କରିଥିଲେ କମ୍ପରମାଇଜ୍‌ ।


ଅଧିକ ପଢ଼ନ୍ତୁ ରାଜନୀତି ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
New drama in BJD due to fear of losing position | Argus News