Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ଦର୍ଶନ ଶୃଙ୍ଖଳା ପାଇଁ ନୂଆବର୍ଷରୁ ନୂଆ ଗାଇଡଲାଇନ

Rashmita Mishra
Browse all articles by Rashmita Mishra
·1 year ago·2 min read
ଶ୍ରୀମନ୍ଦିରରେ ଦର୍ଶନ ଶୃଙ୍ଖଳା ପାଇଁ ନୂଆବର୍ଷରୁ ନୂଆ ଗାଇଡଲାଇନ

Key Points

ଶ୍ରୀମନ୍ଦିରରେ ଦର୍ଶନ ଶୃଙ୍ଖଳା ପାଇଁ ନୂଆବର୍ଷରୁ ନୂଆ ଗାଇଡଲାଇନ
ଜାନୁଆରୀ 1ରୁ ବଡଦେଉଳରେ ଧାଡି ଦର୍ଶନ
ସାତପାହାଚ ଦ୍ଵାରରେ ପ୍ରବେଶ , ଘଣ୍ଟି ଓ ଗାରଦ ଦ୍ଵାରରେ ପ୍ରସ୍ଥାନ
ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷ ମାନଙ୍କ ପାଇଁ ପ୍ରସ୍ଥାନ
ଡିସେମ୍ବର ୨୭ , ୨୮ ସୁଦ୍ଧା କ୍ରୀୟାନ୍ଵୟନ୍ ୩୦ ଓ ୩୧ ତାରିଖରେ ପରୀକ୍ଷଣ ,୧ ରୁ ନିୟମିତ ଦର୍ଶନ

ଅର୍ଗସ ବ୍ୟୁରୋ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବାକୁ ଯାଉଛି ନୂଆ ଦର୍ଶନ ବ୍ୟବସ୍ଥା । ବାହାର କାଠ ଦର୍ଶନ ଶୃଙ୍ଖଳା ପାଇଁ ନିଆଯାଇଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ଗରୁଡ ସ୍ତମ୍ଭ ଠାରୁ ବାହାର କାଠ ପରିସର ୧୬ ପିଲାର ବିଶିଷ୍ଟ ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଯାହା ଦ୍ଵାରା ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଶ୍ରଦ୍ଧାଳୁ ମାନେ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ସୁରୁଖୁରୁରେ ବାହାରି ପାରିବେ । ବୃଦ୍ଧ ବୟସ୍କ ,ଶିଶୁ ,ମହିଳା ମାନେ ସୁଉଚ ରାମ୍ପରେ ଯାଇ ଦର୍ଶନ କରି ଆରପଟେ ରାମ୍ପ ସାହାଯ୍ୟରେ ଓହ୍ଲାଇ ପାରିବେ । ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି, ଆସନ୍ତା ଜାନୁଆରୀ ୧ ରୁ ଏହି ଦର୍ଶନ ବ୍ୟବସ୍ଥା ନିୟମିତ ଭାବରେ ଲାଗୁହେବ । ଡିସେମ୍ବର ୨୭ ୨୮ ତାରିଖରୁ କ୍ରୀୟାନ୍ଵୟନ ହୋଇ ୩୦ କିମ୍ବା ୩୧ ତାରିଖରେ ପରୀକ୍ଷା ମୂଳକ ଭାବରେ ଲାଗୁ ହେବ।


୬ ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା ରେ ରହିବ ୬ , ୬ ଇଞ୍ଚ ଉଚ୍ଚତା ପାର୍ଥକ୍ୟ ଥିବା ୬ ଟି ଷ୍ଟେପ । ଦୁଇ ପାର୍ଶ୍ଵରେ ଚଢିବା ପାଇଁ ରହିବ ସୁଉଚ୍ଚ ରାମ୍ପ୍ । ଗୋଟିଏ ପାର୍ଶ୍ଵରେ ରାମ୍ପ ରେ ଚଢ଼ି ଧାଡ଼ି ସଦୃଶ ଷ୍ଟେପ୍ ରେ ଦର୍ଶନ କରିବା ସହ ଅନ୍ୟ ପାର୍ଶ୍ବରେ ଥିବା ରାମ୍ପ ରେ ଓହ୍ଲାଇବେ ଭକ୍ତ। ଚାରିଦ୍ବାର ଖୋଲିବା ପରେ ବାହାର ଦର୍ଶନ ଶୃଙ୍ଖଳିତ ହୋଇଛି । ହେଲେ ଶ୍ରୀମନ୍ଦିର ଭିତରେ ସୀମିତ ପରିସର ଏବଂ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବାହାର କାଠ ଦର୍ଶନ ରେ ଠେଲା ପେଲା ଲାଗି ରହିଥିଲା । ଅନେକ ଭକ୍ତ ଦର୍ଶନରୁ ବଞ୍ଚିତ ହେଉଥିଲେ। ବିଶେଷ କରି ବୃଦ୍ଧ,ମହିଳା ଓ ଶିଶୁଙ୍କ ପାଇଁ ଦର୍ଶନ ସହଜ ନଥିଲା । ଏଥିପାଇଁ ପୂର୍ବ ପରିଚାଳନା କମିଟିର ପରାମର୍ଶ ନେଇ ଓବିସିସି କୁ ଦିଆଯାଇଥିଲା ନୂଆ ଦର୍ଶନ ଡିଜାଇନ୍ କରିବାର ଦାୟିତ୍ଵ। ଆବଶ୍ୟକ ସଂଶୋଧନ ସହ ଏବେ ଓବିସିସି ର ଡିଜାଇନ୍ କୁ ଅନୁମତି ମିଳିବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି ।ନୂଆବର୍ଷରେ ପୁରୀ ଶ୍ରୀମନ୍ଦିରରେ ବିଶ୍ବର କୋଣଅନୁକୋଣରୁ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହି ଧାଡି ଦର୍ଶନ ବ୍ୟବସ୍ଥା ସହାୟକ ହେବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
New guidelines for Darshan series at the temple from the new year | Argus News