Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇଣ୍ଡିଆନ୍ ଆଇଡ଼ଲରେ କମାଲ କରୁଛନ୍ତି ଓଡିଆ ପୁଅ

Swoyangprjna Mishra
Browse all articles by Swoyangprjna Mishra
·1 year ago·1 min read
 ଇଣ୍ଡିଆନ୍ ଆଇଡ଼ଲରେ କମାଲ କରୁଛନ୍ତି ଓଡିଆ ପୁଅ

ଅର୍ଗସ ବ୍ୟୁରୋ : ଗୋ’ମାତାଙ୍କୁ ଗୋଠରେ ଯେପରି ଶ୍ରୀକୃଷ୍ଣ ଗୀତ ଶୁଣାଇ ବଂଶୀ ବଜାଇ ସମସ୍ତ ଗୋପବାସୀଙ୍କୁ ବିମୋହିତ କରୁଥିଲେ। ସେହିଭଳି ଜାତୀୟ ଚ୍ୟାନେଲ୍ ପ୍ରସ୍ତୁତ ଇଣ୍ଡିଆନ୍ ଆଇଡ଼ଲରେ ନିଜର ଜାଦୁଗରୀ ଗୀତ ଶୁଣାଇ ସମସ୍ତ ଦର୍ଶକଙ୍କୁ ବିମୋହିତ କରିଛନ୍ତି ଓଡ଼ିଆ ପୁଅ ଜ୍ୟୋତିପ୍ରକାଶ ଓଝା। ସେ ଏକାଧାରାରେ ଜଣେ ଗୀତିକାର ହେବାସହ ଶାସ୍ତ୍ରୀୟ ସଂଗୀତଜ୍ଞ ଏବଂ ଚତ୍ମକାର କଣ୍ଠଶୀଳ୍ପୀ ଅଟନ୍ତି। ନିକଟରେ ଇଣ୍ଡିଆନ୍ ଆଇଡ଼ଲରେ ହିନ୍ଦୀ ମାସପ ଓ କେତକୀ ଗୁଲାବ ରାଗ ସଂଗୀତରେ ସେ ସୁନ୍ଦର ଗୀତ ବୋଲି ଇଣ୍ଡିଆନ୍ ଆଇଡ଼ଲ ମଞ୍ଚରେ ଜଲୱା ଦେଖାଇ ମଞ୍ଚସ୍ଥ ବିଚାରକଙ୍କୁ ବିମୋହିତ କରି ପ୍ରଶଂସା ସାଉଁଣ୍ଟିଛନ୍ତି।


ଗୋ’ସେବାକୁ ନେଇ ସେ ଦୌତ୍ୟନଗରୀ କଟକ ଓ ଭୁବନେଶ୍ବରେ ବେସ୍ ପରିଚିତ। ତେଣୁ ଟପ 16ରେ ପହଞ୍ଚିଥିବା ଓଡ଼ିଆ ପୁଅ ଜ୍ୟୋତି ପ୍ରକାଶ ଓଝାଙ୍କୁ ବିପୁଳ ଭୋଟ ଦେଇ ଜିତାଇବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବକ୍ସିବଜାର ରିଜର୍ଭ ପୋଲିସ୍ ଲାଇନ ପଡ଼ିଆରେ ୬୯ ତମ ରାଜ୍ୟ ପୋଲିସ୍ ଡ୍ୟୁଟି ମିଟର ଏକ ଭବ୍ୟ କାର୍ଯକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ଜ୍ୟୋତି ପ୍ରକାଶଙ୍କ ବାପା ମାଙ୍କ ସହ ଭେଟି ପୁଅର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଦେବା ସହ ଓଡ଼ିଆ ପୁଅକୁ ଭୋଟ ଦେଇ ଜିତାଇବା ପାଇଁ ରାଜ୍ୟବାସୀଙ୍କୁ କହିଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଖୁସୀ ବ୍ୟକ୍ତ କରିଛନ୍ତି ଜ୍ୟୋତି ପ୍ରକାଶ ଙ୍କ ବାପା ମା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odia boy jyotiprakash shandar performance on indian idol | Argus News