Videos
|
Odisha

କେନ୍ଦ୍ର ସରକାରଙ୍କ ଫୋକସରେ ଲଗାତାର ଓଡ଼ିଶା

Banajyotshna Ray
Browse all articles by Banajyotshna Ray
·1 year ago·2 min read
କେନ୍ଦ୍ର ସରକାରଙ୍କ ଫୋକସରେ ଲଗାତାର ଓଡ଼ିଶା

ଅର୍ଗସ ବ୍ୟୁରୋ:  ଡିସେମ୍ବର ୨୮ ରୁ ୩୦ ମଧ୍ୟରୁ ଯେ କୌଣସି ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କାର୍ଯ୍ୟକ୍ରମ ଚୂଡାନ୍ତ ହେବା ପରେ ବିସ୍ତୃତ ସୂଚନା ଦିଆଯିବ ବୋଲି କହିଛନ୍ତି ରାଜ୍ୟ ସଭାପତି। ତେବେ ଭୁବନେଶ୍ବରରେ ବିଜେପି ବିଧାୟକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶାହ ଯୋଗ ଦେବାନେଇ ମିଳିଛି ସୂଚନା। ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଏହି ଗସ୍ତବେଳେ ସମ୍ବଲପୁର ମଧ୍ୟ ଯାଇପାରନ୍ତି ବୋଲି କୁହାଯାଉଛି। ଏହି ଗସ୍ତ ଅବସରରେ ସେ କିଛି ବିକାଶମୂଳକ କାର୍ଯ୍ୟର ଉଦଘାଟନ କିମ୍ବା ଶିଳାନ୍ୟାସ କରିପାରନ୍ତି।


ଡିସେମ୍ବରରେ ଶାହଙ୍କ ଗସ୍ତ ପରେ ପରେ ୨୦୨୫ ଜାନୁଆରୀ ମାସରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରୀ ୮ରୁ ୧୦ ତିନିଦିନ ଧରି ଭୁବନେଶ୍ବରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଏଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏହାପରେ ପୁଣିଥରେ ସେହି ଜାନୁଆରୀ ଶେଷ ଆଡୁକୁ ଓଡ଼ିଶା ଆସିବେ ମୋଦି। ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ରେ ସାମିଲ ହେବେ ପ୍ରଧାନମନ୍ତ୍ରୀ।

ଗତ ନଭେମ୍ବର ୨୯ରୁ ଡିସେମ୍ବର ପହିଲା ଯାଏ ଓଡ଼ିଶାରେ ପ୍ରଥମ ଥର ପାଇଁ ଆଯୋଜିତ ଡିଜି ସମ୍ମିଳନୀରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ। ଆଉ ଭୁବନେଶ୍ବରରେ ୩ ଦିନ ଅବସ୍ଥାନ କରିଥିଲେ ଦୁଇ ନେତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୌଣସି ପ୍ରଧାନମନ୍ତ୍ରୀର ଓଡ଼ିଶାରେ ଲଗାତାର ୩ ଦିନ ରହଣୀର ଏହା ଥିଲା ପ୍ରଥମ ଅବସର। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠୁ ମୋଦିଙ୍କ ଫୋକସରେ ରହି ଆସିଛି ଓଡ଼ିଶା ସମେତ ପୂର୍ବ ଭାରତ। ଆଉ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରଠୁ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଉପରେ ଫୋକସ ଆହୁରି ବଢିଯାଇଛି। ୨୦୨୪ ନିର୍ବାଚନ ସରିବା ପରଠୁ ୩ ଥର ଓଡ଼ିଶା ଆସିସାରିଲେଣି ମୋଦି। ପ୍ରଧାନମନ୍ତ୍ରୀ ଓ ଗୃହମନନ୍ତ୍ରୀଙ୍କ ଲଗାତାର ଓଡ଼ିଶା ଗସ୍ତ ରାଜ୍ୟରେ ବିକାଶର ଧାରାକୁ ଆହୁରି ତ୍ବରାନ୍ବିତ କରିବା ଆଶା କରାଯାଉଛି।