Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟରେ ଗଠିତ ହେଲା ୩ ନୂଆ ସିଭିଲ୍‌ ଜଜ୍ କୋର୍ଟ

Odisha

ରାଜ୍ୟରେ ଗଠିତ ହେଲା ୩ ନୂଆ ସିଭିଲ୍‌ ଜଜ୍ କୋର୍ଟ

Ritu Das
Browse all articles by Ritu Das
·1 year ago·1 min read
ରାଜ୍ୟରେ ଗଠିତ ହେଲା ୩ ନୂଆ ସିଭିଲ୍‌ ଜଜ୍ କୋର୍ଟ

Key Points

ରାଜ୍ୟରେ ବିଚାର ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା । ବିଚାରବ୍ୟବସ୍ଥାକୁ ଅଧିକ କ୍ରୀୟାଶୀଳ ଏବଂ ତ୍ୱରାନ୍ୱିତ କରିବାକୁ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ ବା ଜୁନିୟର ଡିଭିଜନ୍ କୋର୍ଟ । ଏ ସଂକ୍ରାନୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିବା ପରେ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ଵର: ରାଜ୍ୟରେ ବିଚାର ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା । ବିଚାରବ୍ୟବସ୍ଥାକୁ ଅଧିକ କ୍ରୀୟାଶୀଳ ଏବଂ ତ୍ୱରାନ୍ୱିତ କରିବାକୁ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ ବା ଜୁନିୟର ଡିଭିଜନ୍ କୋର୍ଟ । ଏ ସଂକ୍ରାନୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିବା ପରେ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।   ନୂତନ କରି ଗଠିତ ହୋଇଥିବା ସିଭିଲ୍ ଜଜ୍ କୋର୍ଟ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି । ଏହି ତିନୋଟି କୋର୍ଟ ଗଠନ ହେବା ପରେ ଏହି ସବୁ ରାଜସ୍ୱ ତହସିଲ ଉପରେ କ୍ଷେତ୍ରାଧିକାର (Jurisdiction) ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ୍‌ ସିଭିଲ୍‌ ଜଜ୍‌ କୋର୍ଟ ଗୁଡିକର ଅଧିକାର ସମାପ୍ତ ହେଲା ବୋଲି ସରକାର ଘୋଷଣା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Governor Biswabhushan Harichandan falls ill, admitted to hospital | Argus News