Videos
|
Odisha

`2036 ସୁଦ୍ଧା ବୈଷୟିକ ଶିକ୍ଷା, ଦକ୍ଷତା ବିକାଶରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟ': ସଂପଦ ସ୍ୱାଇଁ

Banajyotshna Ray
Browse all articles by Banajyotshna Ray
·2 years ago·2 min read
`2036 ସୁଦ୍ଧା ବୈଷୟିକ ଶିକ୍ଷା, ଦକ୍ଷତା ବିକାଶରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟ': ସଂପଦ ସ୍ୱାଇଁ

ଅର୍ଗସ ବ୍ୟୁରୋ:  ଅର୍ଗସ ନ୍ୟୁଜର ଏଜୁକେସନ କନକ୍ଲେଭ୍ `ଅର୍ଗସ୍ ଏଜୁକେସନ ନେକ୍ସଟ୍-2024 ସିଜିନ୍ 3' ଅନୁଷ୍ଠିତ ହୋଇଯାଇଛି । `INNOVATION IN EDUCATION FOR BETTER TOMORROW' ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଶିକ୍ଷା, କ୍ରୀଡ଼ା, ଯୁବ ବ୍ୟାପାର ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିଳ୍ପ ମନ୍ତ୍ରୀ କହିଛନ୍ତି, `ବୈଷୟିକ ଶିକ୍ଷାରେ 2036 ସୁଦ୍ଧା ଓଡ଼ିଶା ହେବ ଅଗ୍ରଣୀ' । `2036 ସୁଦ୍ଧା ବୈଷୟିକ ଶିକ୍ଷା, ଦକ୍ଷତା ବିକାଶରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟ' । 2015ରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମିଶନ ମୋଡ୍‌ରେ ଆଗେଇ ଚାଲିଛି । ଇଞ୍ଜିନିୟରିଂ ପିଲାଙ୍କ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ତିଆରି ହେବ । ଯୁବବର୍ଗଙ୍କୁ ଟ୍ରେନିଂ ଏବଂ ଗବେଷଣା କ୍ଷେତ୍ରରେ ଆହୁରି ପାରଙ୍ଗମ କରାଯିବ। ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ଲାଙ୍ଗୁଏଜ୍ ଲ୍ୟାବ୍ ପ୍ରତିଷ୍ଠା କରାଯିବ । ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତା ମନୋଭାବ ଓ ଗୁଣାତ୍ମକ ବିକାଶ ପାଇଁ ପ୍ରତି ଜିଲ୍ଲାରେ ହେବ ଦକ୍ଷତା ବିକାଶ କେନ୍ଦ୍ର ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ । 

ସଂପଦ ସ୍ୱାଇଁ ଏହା ମଧ୍ୟ କହିଛନ୍ତି ଯେ, ସବୁ କଲେଜ ଭିତରେ ଆମର ଯେଉଁ ସରକାରୀ କଲେଜ ରହିଲା ତାଙ୍କ ଭିତରେ ପ୍ରତିଯୋଗୀତା ମନୋଭାବ ଆଣିବା ପାଇଁ ଷ୍ଟୁଡେଣ୍ଟ ହୁଅନ୍ତୁ, ମେଣ୍ଟର ହୁଅନ୍ତୁ, ଇଷ୍ଟିଚ୍ୟୁସନ୍‌ ହୁଅନ୍ତୁ ସମସ୍ତଙ୍କ ଭିତରେ ଗୋଟେ ପ୍ରତିଯୋଗୀତା ମନୋଭାବ ଆସିଲା ନିଶ୍ଚିନ୍ତ ଭାବରେ କଲେଜର ଡେଭଲପମେଣ୍ଟ ହେବ। ତା ସହିତ ପିଲାଙ୍କର ମଧ୍ୟ ଡେଭଲପମେଣ୍ଟ ହେବ। ସେଥିପାଇଁ ଆମେ ସ୍କିମ କରାଇ ତାଙ୍କ ଭିତରେ ପ୍ରତିଯୋଗୀତା ମନୋଭାବ ଆଣୁଛୁ । ଏହାଦ୍ୱାରା ନିଶ୍ଚିନ୍ତ ଭାବରେ କଲେଜରେ ଗୁଣାତ୍ମକ ଶିକ୍ଷାର ଗୁଣାତ୍ମକମାନ  ବୃଦ୍ଧି ହେବ। ଯାହାକି ଆମ ଏଜୁକେସନ ଡିପାଟମେଣ୍ଟ ପାଇଁ ନିଶ୍ଚିନ୍ତ ଲାଭବାନ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଭବାନ ହେବ ତାକୁ ମଧ୍ୟ ଆମେ ହାତକୁ ନେଇଛୁ।

ଆଗକୁ ପ୍ଲାନ ରହିଛି  ଲାଙ୍ଗୁଏଜ ଲ୍ୟାବ ହେବ। ଲାଙ୍ଗୁଏଜ ଲ୍ୟାବ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସବୁ ରାଷ୍ଟ୍ରର ଭାଷା ଯେମିତି ଆମ  ଇଞ୍ଜିନିୟରିଙ୍ଗ କଲେଜରେ ଲାଙ୍ଗୁଏଜ ଲ୍ୟାବରେ ଶିଖା ହେବ ଏହା ନିହାତି ଆବଶ୍ୟକ ଅଛି। ଏହାସହ ପ୍ରତି ଜିଲ୍ଲାରେ ଆମେ ସ୍କିଲକୁ ମାପିଙ୍ଗ କରିବା ପାଇଁ । ଆଗକୁ ଭୁବନେଶ୍ୱରରୁ ସ୍କିଲକୁ ନିୟନ୍ତ୍ରଣ କରାଯାଉଥିଲା ସାରା ରାଜ୍ୟରେ। ବର୍ତ୍ତମାନ ପ୍ରତି ଜିଲ୍ଲାରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ। ଏବଂ ସେଠି ୪୦ ଜଣ ଫେଲୋଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଛି। ସେମାନେ ସ୍କିଲ ମ୍ୟାପିଙ୍ଗ କରିବେ। ଯେଉଁ ୪୦ ଜଣ ଯାିଛନ୍ତି, ଇଣ୍ଡିଆନ ସ୍କୁଲର ବିଜନେସ୍‌ , ଟାଟା ଷ୍ଟ୍ରାଇଭ ଦ୍ୱାରା ତାଙ୍କୁ ମନୋନୀତ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: ଅର୍ଗସ ନ୍ୟୁଜର ଏଜ୍ୟୁକେସନ କନକ୍ଲେଭ୍: କାର୍ଯ୍ୟକ୍ରମର ପ୍ରାଥମିକତା ଭଲ ଶିକ୍ଷା, ଭଲ ଭବିଷ୍ୟତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: