ଦନ୍ତା ଆକ୍ରମଣରେ ଜଣେ ମୃତ
·1 year ago

ଅର୍ଗସ ବ୍ୟୁରୋ: ପୁଣି କଚାଡି ମାରିଲା ଦନ୍ତା । ସୁନ୍ଦରଗଡ ଜିଲ୍ଲା ବଣାଇଁ ବନାଞ୍ଚଳ ଜକୈକଳା ଗାଁରେ ହାତୀ ଆକ୍ରମଣରେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଧରଣୀ ପାତ୍ର । ଘର ଅଗଣା ଝାଡୁ କରିବା ସମୟରେ କଚାଡି ମାରିଛି ଗୋଠଛଡା ଦନ୍ତା । ପରିବାର ଲୋକେ ଧରଣୀଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ମେଡିକାଲରେ ପ୍ରକାଶ ପାଇଥିଲା ଉତ୍ତେଜନା । ଉତ୍ତ୍ୟକ୍ତ ଲୋକେ ବନ ବିଭାଗର ପାରା କର୍ମଚାରୀ ତପନ କୁମାର ନାଏକଙ୍କୁ ମାଡପିଟ କରିଛନ୍ତି । ଚିକିତ୍ସାଳୟରେ ବଣାଇଁ ପୋଲିସ ପହଁଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ବଣାଇଁ ବନଖଣ୍ଡ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଚେତାବନୀ ଦେଲେ ଲୋକେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: