Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଉଟ ସୋର୍ସିଂ ନିଯୁକ୍ତି ଉପରେ ରୋକ ଲଗାଇବାକୁ ଆଉ ପାଦେ ବଢିଲେ ସରକାର

Smruti Parija
Browse all articles by Smruti Parija
·11 months ago·2 min read
 ଆଉଟ ସୋର୍ସିଂ ନିଯୁକ୍ତି ଉପରେ ରୋକ ଲଗାଇବାକୁ ଆଉ ପାଦେ ବଢିଲେ ସରକାର

Key Points

- ଅର୍ଥ ବିଭାଗର ଆଗୁଆ ଅନୁମତି ବିନା ଏଣିକି ହୋଇପାରିବନି ଆଉଟ ସୋର୍ସିଂ ନିଯୁକ୍ତି

- ଆଉଟସୋର୍ସିଂ ନିଯୁକ୍ତି ନେଇ 10 ବର୍ଷର ହିସାବ ମାଗିଥିଲେ ମୁଖ୍ୟମନ୍ତ୍ରୀ

- ଠିକା ନିଯୁକ୍ତି ଉଛେଦ ନେଇ କଥା ଦେଇ କଥା ରଖି ନ ଥିଲେ ପୂର୍ବ ସରକାର

- ହକ -ଅଧିକାର ପାଇଁ ଏବେ ବି ହଲ୍ଲାବୋଲ କରୁଛି ଆଉଟସୋର୍ସିଂ ମହାସଂଘ

- ସମସ୍ୟା ସମାଧାନ ଗଠନ ହୋଇଛି ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି

- ଖୋଲିବ କି ପୂର୍ବ ସରକାରଙ୍କ ଆଉଟ ସୋର୍ସ ମଡେଲର ଗୁମର?

ଆଉଟସୋର୍ସିଂ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆଗକୁ ଅର୍ଥ ବିଭାଗର ଅନୁମତି ବିନା ଆଉଟସୋର୍ସିଂରେ କୌଣସି ନିଯୁକ୍ତି ଦିଆଯିବନି । ସମସ୍ତ ବିଭାଗକୁ ଏନେଇ ଅର୍ଥ ବିଭାଗର ସଚିବ ଚିଠି ଲେଖି ଜଣାଇଛନ୍ତି । ଏହା ସହ ଆହୁରି କୁହାଯାଇଛି ଯେଉଁ ଆଉଟସୋର୍ସିଂ କର୍ମଚାରୀଙ୍କ ଅବଧି ସରିଛି ଅର୍ଥ ବିଭାଗର ବିନା ଅନୁମତିରେ ସେମାନଙ୍କ ଚୁକ୍ତି ନବୀକରଣ କରାଯିବ ନାହିଁ । ଅର୍ଥ ବିଭାଗ ଯେତିକି ସଂଖ୍ୟକ ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅନୁମତି ଦେଇଛି ତାହା ଠାରୁ ଅଧିକ ନିଯୁକ୍ତି ହୋଇପାରିବ ନାହିଁ । ଅଧିକ ନିଯୁକ୍ତି ପାଇଁ କାରଣ ଦର୍ଶାଇବା ସହ ଅର୍ଥ ବିଭାଗର ଅନୁମତି ନେବାକୁ ହେବ ବୋଲି ମଧ୍ୟ କୁହାଯାଇଛି । ଶୁଣନ୍ତୁ ସରକାରଙ୍କ ଏହି ନିଷ୍ପତି କୁ ନେଇ କଣ କହୁଛନ୍ତି ଆଉଟସୋର୍ସିଂ କର୍ମଚାରୀ ସଙ୍ଘ ।


ସେପଟେ କାହିଁକି ଆଉଟସୋର୍ସିଂ କାମ ହେଉଛି ବୋଲି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିଛି ଦିନ ତଳେ ଉଠାଇଥିଲେ ପ୍ରଶ୍ନ । କହିଥିଲେ ସରକାରୀ ଇଞ୍ଜିନିୟର ଥାଇ କାହିଁକି ଆଉଟସୋର୍ସ ଇଞ୍ଜିନୟର ଉପରେ ସରକାର କରୁଛନ୍ତି ନିର୍ଭର ? କେଉଁ ସଂସ୍ଥାକୁ...କେଉଁ ବିଭାଗ...କେଉଁ କାମ ପାଇଁ କେତେ ଟଙ୍କା ଦେଇଛନ୍ତି ? ସେ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଗତ ୧୦ ବର୍ଷର ଫାଇଲ ମାଗିଥିଲେ ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏବେ ରାଜ୍ୟରେ ବିଭିନ୍ନ ବିଭାଗରେ କାମ କରୁଛନ୍ତି ପ୍ରାୟ 40 ହଜାରରୁ ଅଧିକ ଆଉଟ ସୋର୍ସିଂ କର୍ମଚାରୀ । ବିଜେପି ବିରୋଧୀ ଦଳରେ ଥିବାବେଳେ ଅଭିଯୋଗ କରିଥିଲା ବିଜେଡି ସରକାର ଆଉଟସୋର୍ସିଂରେ ଚାଲିଛି । ଆଉ ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଉଟସୋର୍ସିଂ କାମକୁ ନେଇ ମୁଖ୍ୟମନ୍ତ୍ରୀ ଖପ୍ପା ହେବା ଓ ଅର୍ଥ ବିଭାଗର ଏହି ଚିଠି କହୁଛି ଖୁବଶୀଘ୍ର ପୂର୍ବ ବିଜେଡି ସରକାର ଆଉଟସୋର୍ସିଂ ମଡେଲର ଗୁମର ଖୋଲିବ ।


Sponsored
-outsourcing-appointments-can-no-longer-be-made-without-prior-permission-from-the-finance-department | Argus News