Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହଜାର ହଜାର ହେକ୍ଟର ଜମିରେ ଭିଜୁଛି ଧାନ

Rashmita Mishra
Browse all articles by Rashmita Mishra
·1 year ago·1 min read
ହଜାର ହଜାର ହେକ୍ଟର ଜମିରେ ଭିଜୁଛି ଧାନ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା। ଆଜି ସୁନ୍ଦରଗଡ଼ ସମେତ ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଲେ ବାକି ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।


ଗତ ୨୪ ଘଣ୍ଟାରେ ଟାଙ୍ଗୀରେ ୭୪ ମିମି, କୋକସରାରେ ୬୫ ମିମି, ଡାବୁଙ୍ଗାରେ ୬୨ ମିମି, କୋଷାଗୁମୁଡ଼ାରେ ୫୮.୬, ଜୁନାଗଡ଼ରେ ୫୩ ମିମି, ଭବାନୀପାଟଣାରେ ୪୬.୨ ମିମି, ଝରିଗାଁରେ ୪୬ ମିମି, ପାତ୍ରପୁରରେ ୪୧ ଓ ନୂଆଗାଁରେ ୩୮ ମିମି ବର୍ଷା ରେକର୍ଡ ହୋଇଛି । ୨୮ ଜିଲ୍ଲାରେ ଲାଗି ରହିଛି ବର୍ଷା । ଆସନ୍ତାକାଲିଠୁ କମିବ ବର୍ଷା। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର l ଏହା ଆଗାମୀ 24ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି l ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ କିମ୍ବା ଦୁଇ ଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ନବରଙ୍ଗପୁର, କଳାହାଣ୍ଡି,ନୟାଗଡ଼,ଖୋର୍ଦ୍ଧା,କଟକ,ଗଞ୍ଜାମ, ଗଜପତି,ରାୟଗଡ଼ା,କେନ୍ଦ୍ରାପଡ଼ାରେ ହାଲୁକରୁ ମଧ୍ୟମର ବର୍ଷା ହେବା ସମ୍ଭାବନା। ସେହିପରି ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲୁକା ବର୍ଷା ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paddy fields are soaking wet in thousands of hectares of land | Argus News