Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଦିନିଆ ଲଗାଣ ବର୍ଷାରେ ଖଳାରେ ଭିଜୁଛି ଧାନ: ଚାଷୀ ହତାଶ

Ritu Das
Browse all articles by Ritu Das
·1 year ago·1 min read
ଅଦିନିଆ ଲଗାଣ ବର୍ଷାରେ ଖଳାରେ ଭିଜୁଛି ଧାନ: ଚାଷୀ ହତାଶ

ଅର୍ଗସ ବ୍ୟୁରୋ: ସମଗ୍ର ରାୟଗଡା ଜିଲ୍ଲାରେ ଲଘୁଚାପ ଜନିତ ଅଦିନିଆ ବର୍ଷା କାରଣରୁ ଖଳାରେ ଭିଜୁଛି ଧାନ। ମାସ ମାସ ଧରି ଅକ୍ଲାନ୍ତ ପରିଶ୍ରମର ଫଳ ପାଇବା ପୂର୍ବରୁ ଚାଷୀ ଏବେ ନିରୁତ୍ସାହ ହୋଇ ବସି ରହିଛି। ଋଣ କରି ଚାଷ କରିଥିବା ଫସଲ ଏବେ ଭିଜି ଗଜା ହେବାକୁ ବସିଲାଣି। ଓଦା ଧାନକୁ ଏବେ ମିଲର ମାନେ ମଧ୍ୟ ଉଠାଇବାକୁ ରାଜି ହେବେ ନାହିଁ। କାହାକୁ ଧାନ ବିକିବ କିଏ ନେବ ତାକୁ ନେଇ ଭlଳେଣି। କଉଠି ଧାନ କଚଡା ଖଳାରେ ଗଦା ମରାହୋଇଛି ତ ହେଉଠି କଚଡା ବିଡା ବିଲରେ ତ ଆଉ କେଉଁଠି ବାଡା ହୋଥିବା ଧାନ ପଡିଛି ଖଳାରେ।


ବର୍ଷକର ଖର୍ଚ୍ଚ ଏବଂ ପରିବାର ପ୍ରତିପୋଷଣ କରିବା ନିମନ୍ତେ ଚାଷୀ ଯେଉଁ ଆଶା ବାନ୍ଧି ବସିଥିଲା ତାହା ସବୁ ଏବେ ପାଣି ଫୋଟକା ପରି ମିଳେଇବାକୁ ବସିଛି। ଅନ୍ୟ ପକ୍ଷରେ ଜିଲ୍ଲାରେ ୧୭- ୧୨-୨୪ରୁ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଆଜିପର୍ଯନ୍ତ ମିଲର ମାନେ ମଣ୍ଡିରୁ ଧାନ ଉଠାଇ ନାହାନ୍ତି ଏବଂ ବିଭାଗ ସହିତ ମଧ୍ୟ ଚୁକ୍ତି ସାକ୍ଷାର ହୋଇନଥିବା ବଡ଼ ଚିନ୍ତା ଜନକ ସମସ୍ୟା ସାଜିଛି ଜିଲ୍ଲାରେ। ରାୟଗଡା ଜିଲ୍ଲାରେ ଚଳିତ ବର୍ଷ ୪୨ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିବା ସମୟରେ ୯ ଲକ୍ଷ ୪୩ ହାଜର ୭ସହ ଏକ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ନେଇ ଧାର୍ଯ୍ୟ ରଖିଛି ବିଭାଗ। କିନ୍ତି ଅଦ୍ୟାବଧି ୧ କେଜି ଧାନ ମଧ୍ୟ ମଣ୍ଡିକୁ ଆସିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paddy soaked in sand after one-day planting rains: Farmers are desperate | Argus News