Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଦିନିଆ ବର୍ଷାରେ ଭିଜିଲା ଧାନ

Rashmita Mishra
Browse all articles by Rashmita Mishra
·1 year ago
ଅଦିନିଆ ବର୍ଷାରେ ଭିଜିଲା ଧାନ

ଅର୍ଗସ ବ୍ୟୁରୋ: ଅଦିନିଆ ବର୍ଷାରେ ଭିଜିଲା ଧାନ । ମଣ୍ଡିରେ ରଖାଯାଇଥିବା ଶହ ଶହ ବସ୍ତା ଧାନ ଭିଜୁଛି । ନୂଆପଡା ଖଡ଼ିଆଳର ଗଣ୍ଡାବାହାଳୀ ଧାନ ମଣ୍ଡିରେ କୁତ୍ରିମ ବନ୍ୟା l ବର୍ଷା ଯୋଗୁଁ ମଣ୍ଡି ପରିସରରେ ପାଣି ଜମି ରହିଛି । ଚାଷୀମାନେ କୋଦାଳ ସାହାଯ୍ୟରେ ପାଣିକୁ ବାହାର କରୁଛନ୍ତି । ଖୋଲା ଆକାଶ ତଳେ ମଣ୍ଡିରେ ଧାନ ରଖାଯାଇଥିଲା । ଆଉ ଅଦିନିଆ ବର୍ଷା ହେବା ପରେ ଚାଷୀଙ୍କ ଚିନ୍ତା ବଢିଯାଇଛି । ବର୍ଷା ଜାରୀ ରହିଲେ ଧାନ ସବୁ ଗଜା ହେବା ଆଶଙ୍କା କରିଛି ଚାଷୀ l ମଣ୍ଡିରେ ଧାନ ବସ୍ତା ସୁରକ୍ଷା ରେ ରଖିବା ସହ ଶୀଘ୍ର ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି । ଖଡ଼ିଆଳ, ବୋଡେ଼ନ, ସିନାପାଲି ଅଞ୍ଚଳରେ ଗତକାଲିଠାରୁ ଲାଗି ରହିଛି ବର୍ଷା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paddy soaked in unseasonal rain | Argus News