Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ପରାଜୟ ପଛରେ ମୁଖ୍ୟ ଭୂମିକା ପାଣ୍ଡିଆନ

Rashmita Mishra
Browse all articles by Rashmita Mishra
·1 year ago·3 min read
ବିଜେଡି ପରାଜୟ ପଛରେ ମୁଖ୍ୟ ଭୂମିକା ପାଣ୍ଡିଆନ

Key Points

ରୁବେନ ବାନାର୍ଜୀଙ୍କ ପୁସ୍ତକକୁ ନେଇ ଚର୍ଚ୍ଚା
ବିଜେଡି ପରାଜୟ ପଛରେ ମୁଖ୍ୟ ଭୂମିକା ପାଣ୍ଡିଆନଙ୍କର
ନିଜ ପୁସ୍ତକରେ ବିଶେଷ ତଥ୍ୟ ଓ ତର୍କ ଉପସ୍ଥାପନ କଲେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ
ଗୀତା ମେହେଟ୍ଟା ବି ପ୍ରଶ୍ନ କରିଥିଲେ, ପାଣ୍ଡିଆନ ନବୀନଙ୍କୁ କରୁନାହାନ୍ତିୁ ତ ବିଭ୍ରାନ୍ତ
କାହିଁକି ଓଡ଼ିଆ ଶିଖୁନଥିଲେ ନବୀନ, ଖୋଲିଲା ଗୁମର
ପରୋକ୍ଷରେ ରୁବେନଙ୍କ ଲେଖାକୁ ସ୍ବୀକାର କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଅର୍ଗସ ବ୍ୟୁରୋ: ନବୀନ ପଟ୍ଟନାୟକ ସରକାରରେ କିଏ ଥିଲେ ପାଣ୍ଡିଆନ ? ଏକଥା କାହାକୁ ଆଉ ଅଛପା ନାହିଁ , ହେଲେ କେମିତି ନବୀନ ସରକାରକୁ କେମିତି ହଡ଼ପ କରି ପାରିଥିଲେ ଏହି ତାମିଲ ଅଫିସର ? ଏ ନେଇ ଏବେ ବି ଲୋକଙ୍କ ମନରେ ଅନେକ ପ୍ରଶ୍ନ ? ହେଲେ ଏହି ରହସ୍ୟ ଉପରୁ ପରଦା ହଟାଇଛି "Pandian Puzzle".ନବୀନ ପଟ୍ଟନାୟକ, the authoritative biography,  revised after 2024 elections" ରୁବେନ ବାନାର୍ଜୀଙ୍କ ଏହି ଅଧ୍ୟାୟ ପାଣ୍ଡିଆନ ରହସ୍ୟକୁ ଅନେକ ମାତ୍ରାରେ ସାର୍ବଜନୀନ କରିଛି । 2018 ପରେ ଅଧିକ ବଢିଥିଲା ପାଣ୍ଡିଆନଙ୍କ ପ୍ରଭାବ । ନିର୍ବାଚନ ବେଳେ ପାଣ୍ଡିଆନ ଯେତେ ବୁଲିଲେ ବି ବିଜେଡ଼ି ଭିତରେ ତାଙ୍କୁ ବିରୋଧ କରୁଥିଲେ ନେତା । ପାଣ୍ଡିଆନଙ୍କୁ ବିଜେଡ଼ି ନେତା କହିଥିଲେ intelligent fool । 2024 ନିର୍ବାଚନରେ ନବୀନ ହାରିବାର ଅନ୍ୟତମ କାରଣ କାରଣ ଥିଲେ ପାଣ୍ଡିଆନ । 2019ରେ ବିଜେଡିର ଇଲେକ୍ସନ ରୁମ ପାଣ୍ଡିଆନ ମ୍ୟାନେଜ କରୁଥିଲେ । 2024ରେ ପାଣ୍ଡିଆନ ନିଜେ ପ୍ରଚାରରେ ବାହାରିଲେ । ଇଲେକ୍ସନ ରୁମ୍ ମ୍ୟାନେଜ କରିବା ପାଇଁ ଲୋକ ନଥିଲେ । ଜଣେ ଆଇପିଏସ ଅଫିସର ଓ ଅନ୍ୟ ଅଧିକାରୀ ମାନେ ତୃଣମୂଳ ସ୍ତରରେ ଲୋକଙ୍କ ମତ ପରିବର୍ତ୍ତନ ଓ ଟଙ୍କା ବଣ୍ଟା ହିସାବକୁ ଠିକ୍ ଭାବେ ମ୍ୟାନେଜ କରିପାରିଲେ ନାହିଁ । ଖାଲି ସେତିକି ନୁହେଁ ନବୀନ ପଟ୍ଟନାୟକ ଓଡ଼ିଆ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ, ବରଂ ହାଲକା ଭାବେ ନବୀନ କହୁଥିଲେ ମୋର ମାତୃଭାଷା ଓଡ଼ିଆ ନୁହେଁ। ରୁବେନ ବାନାର୍ଜୀଙ୍କ ଲେଖାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ବିଜେଡି ପ୍ରତିଷ୍ଠାତା ସଦସ୍ୟ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ରୁବେନ ନିଜ ବହି ପାଇଁ ତଥ୍ୟ ଅନେକ ସୂତ୍ରରୁ ତଥ୍ୟ ସଂଗ୍ରହ କରିଥିବେ ।


ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଲେଖିଛନ୍ତି 2024 ନିର୍ବାଚନର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା । କିନ୍ତୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଲେ କେବଳ ପାଣ୍ଡିଆନ । ଅନ୍ୟ ଷ୍ଟାର ପ୍ରଚାରକ ନେତା ମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ ନବୀନ । ବିଜେଡ଼ିରେ ପାଣ୍ଡିଆନଙ୍କ ହୁକୁମ ହିଁ ଚାଲୁଥିଲା ।ଏ ସବୁ ଭିତରେ ବିଜେପିର ପ୍ରଚାର ଲୋକଙ୍କ ମନକୁ ଜିଣିଥିଲା । ଜଣେ ଅଣ ଓଡ଼ିଆ ତାମିଲ, ଅଣ ନିର୍ବାଚିତ ଲୋକ କେମିତି ଓଡ଼ିଶାର ଶାସକକୁ ହଡ଼ପ କରିଥିଲେ । ଏହାକୁ ନେଇ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲା ବିଜେପି । ଯାହା ନିର୍ବାଚନ ପ୍ରଚାରରେ ଫାଇଦା ଦେବା ସହ ଲୋକଙ୍କୁ ବିଜେପି ପ୍ରତି ଆକର୍ଷିତ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନବୀନ ବାବୁଙ୍କ ଭଉଣୀ ଗୀତା ମେହେଟା ଯେତେବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଛି ଲୋକ ତାଙ୍କୁ ଦେଖା କରିବାକୁ ଯାଉଥିଲେ । ଜଣେ ଦୁଇ ଜଣଙ୍କୁ ଗୀତା ମେହେଟା କହିଛନ୍ତି, ପାଣ୍ଡିଆନ ନବୀନଙ୍କୁ ବିଭ୍ରାନ୍ତ କରୁନାହାନ୍ତି ତ ? ଦିଲ୍ଲୀ ବାସଭବନରେ ଗୀତାଙ୍କୁ କିଏ ଭେଟିବେ, ତାହା ବି ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଥିଲା । ସିଏମ୍‌ଓ ବାହାରେ ବି ମୁଖ୍ୟ ସଚିବଙ୍କ ଠାରୁ ପାଣ୍ଡିଆନ୍ ଅଧିକ ପ୍ରଭାବଶାଳୀ ଥିଲେ । ତେଣୁ ଜଣେ ଶାନ୍ତ ସ୍ବଭାବର ଦକ୍ଷ ମୁଖ୍ୟ ସଚିବ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଦିଲ୍ଲୀ ଡେପୁଟେସନ୍‌ରେ ପଳାଇଥିଲେ । ନବୀନଙ୍କ କାର୍ଯ୍ୟକାଳର ଶେଷ ମୁଖ୍ୟ ସଚିବ ଜାନୁଆରିରୁ ମେ’ ୨୦୨୪ ମଧ୍ୟରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୨୬ଟି ଅସହମତି ନୋଟ୍ ଲେଖିଥିଲେ । ହେଲେ ପ୍ରାଶାସନିକ ବ୍ୟବସ୍ଥା ବାହାରେ ଥିବା ଲୋକ ଏହାକୁ ଅଗ୍ରାହ୍ୟ କରି ଦେଇଥିବା ରୁବେନ୍ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

Sponsored
Pandya is the main role behind BJD's defeat | Argus News