Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍, ୭ ଗୁରୁତର

Banajyotshna Ray
Browse all articles by Banajyotshna Ray
·1 year ago
ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍, ୭ ଗୁରୁତର

ଅର୍ଗସ ବ୍ୟୁରୋ:  ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍ । 7 ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ସୁଶବ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ବରରୁ ସୁନ୍ଦରଗଡ଼ ଯାଉଥିଲା ଷଡ଼ଙ୍ଗୀ ବସ୍ । ଡ୍ରାଇଭରର ଆଖି ଲାଗିଯିରୁ ଡିଭାଇଡରରେ ପିଟି ହୋଇ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବସ୍ । ଗାଡିରେ ପ୍ରାୟ ୪୫ରୁ ୫୦ ଯାତ୍ରୀ ଥିଲେ । ବାମୁର ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Passenger bus hits divider, 7 injured | Argus News