ମାଂସ ବୋଝେଇ ପିକଅପ୍ ଜବତ, ଗାଡି ଚାଳକ ଅଟକ
·1 year ago

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସଦର ଥାନା ୬୦ ନଂ ଏନଏଚ୍ ହଳଦୀପଦା ନିକଟରୁ ମାଂସ ବୋଝେଇ ପିକଅପ୍ ଜବତ । ଗୋ ମାଂସ ଚାଲାଣ ସନ୍ଦେହରେ ବସ୍ତା ପୋଲିସ ପହଞ୍ଚି ଗାଡିକୁ ଜବତ କରିଥିଲା । ଟାଙ୍ଗୀ ଅଞ୍ଚଳରୁ ଗାଡିଟି ପଶ୍ଚିମବଙ୍ଗ ଯାଉଥିବାବେଳେ ହଳଦିପଦା ନିକଟରେ ଗାଡି ଖରାପ ହୋଇଯାଇଥିଲା । ପିକଅପରୁ ରକ୍ତ ବାହାରି ରାସ୍ତା ସାରା ପଡିବାରୁ ଗୋ ମାଂସ ଚାଲାଣ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ତେବେ ପିକଅପରୁ ଜବତ ମାଂସ ଗୋ ମାଂସ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ମାଂସକୁ ଯାଞ୍ଚ ପାଇଁ ଫରେନସିକ ଲ୍ୟାବରେଟୋରୀକୁ ପଠାଇବା ସହ ଗାଡି ଚାଳକକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: