Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ୟାମ୍ପସରେ ସୁରକ୍ଷା ବାର୍ତ୍ତା: ୧୮୧ ମହିଳା ସହାୟତା ଓ POSH ଆଇନ ସଚେତନତା ଅଭିଯାନ

Sudeshna Mishra
Browse all articles by Sudeshna Mishra
·12 months ago·1 min read
କ୍ୟାମ୍ପସରେ ସୁରକ୍ଷା ବାର୍ତ୍ତା: ୧୮୧ ମହିଳା ସହାୟତା ଓ POSH ଆଇନ ସଚେତନତା ଅଭିଯାନ

Key Points

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମହିଳା ସହାୟତା ନମ୍ବର ପ୍ରଦର୍ଶନ କରିବାକୁ ଚିଠି କରାଯାଇଛି


ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି


POSH Act, 2013 ବିଷୟରେ ସଚେତନତା କର୍ମଶାଳା ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି


ଏହି କର୍ମଶାଳାରେ କମିଟି ସଦସ୍ୟମାନେ ଯୋଗଦେବେ


ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ (ସରକାରୀ, ଅନୁଦାନ ପ୍ରାପ୍ତ, ବେସରକାରୀ) ମହିଳା ସହାୟତା ନମ୍ବର ପ୍ରଦର୍ଶନ କରିବାକୁ* ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।


ସେହିପରି, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ POSH Act, 2013 (ଯୌନ ଉତ୍ପୀଡନ ବିରୋଧରେ ଆଇନ) ବିଷୟରେ ସଚେତନତା କର୍ମଶାଳା ଆୟୋଜନ କରିବାକୁ ଓ ଏହାର ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି।


ଏହି କର୍ମଶାଳାରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ, ଏବଂ ଅଭିଯୋଗ କମିଟି ସଦସ୍ୟମାନେ ଯୋଗଦେବେ ଏବଂ POSH ଆଇନକୁ ମାନିବାକୁ ଶପଥ ନେବେ। ଏହି କର୍ମଶାଳାର ବିସ୍ତୃତ ବିବରଣୀ ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପଠାଇବାକୁ କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
-posh-committe-in-college-universities | Argus News